Webportal

ସାରଥୀ ଆଶ୍ରମରେ ନୋଟିସ ଝୁଲାଇଲା ଇ ଡି

sanitry
0 184

 

ଆଜି ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାରଥି ଆଶ୍ରମରେ ନୋଟିସ୍ ବୋର୍ଡ ଲଗାଇଛି । ସାରଥି ଆଶ୍ରମ ଓ ତାହାର ପାଖାପାଖି ଅଞ୍ଚଳରେ ରହିଥିବା ୨୬ ଗୋଟି ପ୍ଲଟ ଉପରେ ପ୍ରବର୍ତ୍ତିତ ନିର୍ଦ୍ଦେଶାଳୟ କଟକଣା ଲାଗୁ କରିଥିବା କଥା ଏତଦ୍ବାରା ଜନ ସାଧାରଣଙ୍କୁ ଜଣାଇ ଦିଆଯାଇଛି । ଫଳରେ ଏହି ଜମି ଉପରେ କୌଣସି ଅନଧିକାର ପ୍ରବେଶକୁ ରୋକ୍ ଲାଗିଛି । ଆଜି ଇଡିର ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଦଳ ସାରଥି ଆଶ୍ରମକୁ ଆସି ଏହି ନୋଟିସ୍ ଜାରି କରିଛନ୍ତି । ଏହି ନୋଟିସ୍ ଅନୁସାରେ ଏହି ବିବାଦିୟ ଜମିକୁ କେହି କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ କି ବିକ୍ରି ଖର୍ଦ୍ଦି କରିପାରିବେନି । ୨୦୧୫ ମସିହା ଅଗଷ୍ଟ ୮ ତାରିଖ ଠାରୁ ସାରଥି ବିଭିନ୍ନ ମାମଲାରେ ଗିରଫ ହେବାପରେ ସାରଥିଙ୍କର ଏହି ସବୁ ଅଚଳାଚଳ ସମ୍ପତି ଉପରେ ଅର୍ଥନୈତିକ ଅପରାଧ ବିଭାଗ ତଦନ୍ତ କରୁଛି । ଏତେ ସବୁ ସମ୍ପତି ଠୁଳ କରିବାରେ ସାରଥି କିପରି ସମର୍ଥ ହୋଇଥିଲା ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରଭୁକ୍ତ ରହିଛି । ଯେପର୍ଯ୍ୟନ୍ତ ଏହି ସମସ୍ତ ତଦନ୍ତ ଶେଷ ନହୋଇଛି ସେପର୍ଯ୍ୟନ୍ତ ଏହି ଆପତ୍ତିଜନକ ଜନକ ଜମିବାଡି ବିକ୍ରି ଖର୍ଦ୍ଦି ଓ ଚଳାଚଳ ହୋଇ ପାରିବନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ।

 

Square Ad 1
Leave A Reply

Your email address will not be published.