Webportal

ସିନେମା ଷ୍ଟାଇଲରେ ପୁଅ ଦ୍ୱାରା ବାପା ଠାରୁ ଟଙ୍କା ପାଇଁ ନିଜ ଅପହରଣ ନାଟକ କରି ପୋଲିସ ଦ୍ୱାରା ଗିରଫ

sanitry
0 617

ଆଜି ଅନୁଗୁଳ ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାହାର କାରଣ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଆଗ୍ରହଜନକ,ତାହା ହେଲା ପୁଅ ଦ୍ୱାରା ସିନେମା ଷ୍ଟାଇଲରେ ବାପା ଠାରୁ ଟଙ୍କା ନେବା ପାଇଁ ନିଜର ଅପହରଣ ନାଟକ ରଚିବା।ଗତ କାଲି ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଏକ ଏତଲା ଦେଇଥିଲେ ଯାହା ଅନୁଯାୟୀ ତାଙ୍କର କୋଡ଼ିଏ ବର୍ଷୀୟ ପୁଅ ଗୌରବ ଘୋଷ ତାଳଚେର ନିବାସୀ ପୋପୁ ଠାରୁ ବାକିଆ ଟଙ୍କା ଦେବାକୁ ଫୋନ କଲ ପାଇବା ପରେ ଚାଳିଶ ହଜାର ଟଙ୍କା ନେଇ ଘର ବାହାରକୁ ଆସି ଆଉ ଫେରି ନ ଥିଲେ।ସନ୍ଧ୍ୟାରେ ଶକ୍ତି ନାମକ ବ୍ୟକ୍ତି ଠାରୁ ଏକ ଫୋନ କଲ ପାଇଥିଲେ ଯେଉଁଥିରେ ତାଙ୍କୁ ପଚିଶ ହଜାର ଟଙ୍କା ନ ଦେଲେ ତାଙ୍କ ପୁଅ ଆଉ ଫେରିବନି ବୋଲି କୁହାଯାଇଥିଲା।ତା ପରେ ଅଭିଯୋଗକାରୀ ପଞ୍ଚାନନ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ଟଙ୍କା ନେଇ ପହଞ୍ଚିଥିଲେ,ଯେଉଁଠାରୁ ଅଭିଯୁକ୍ତ ମାନେ ତାଙ୍କୁ ମାଡ଼ମାରି ସମସ୍ତ ଟଙ୍କା ନେଇ ପଳେଇଗଲେ, ଯାହାପରେ ଅଭିଯୋଗକାରୀ ଏସବୁ ତାଙ୍କ ପୁଅ ଦ୍ୱାରା କରାଯାଇଥିବା ଜାଣିବାକୁ ପାଇଥିଲେ ଯାହା ଗତ ଏକ ବର୍ଷ ହେଲା ଚାଲି ଆସୁଥିଲା।ଗିରଫ ଆସାମୀ ମାନେ ହେଲେ ଅନୁଗୁଳ ଅମଲାପଡା ନିବାସୀ ବିନୋଦ ବେହେରା, ଲିଙ୍ଗରାଯୋଡି ନିବାସୀ ଶକ୍ତି ପ୍ରସାଦ ମହାନ୍ତି, ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ ଓ ଅଭିଯୋଗକାରୀ ର ପୁଅ ସିମିଳିପଡା ନିବାସୀ ଗୌରବ ଘୋଷ।ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ପୋଲିସ ସକ୍ଷମ ହୋଇଛି। ଏ ସମସ୍ତ ସୂଚନା ଅନୁଗୁଳ ଥାନା ଆଇଆଇସି ଶ୍ରୀ ରମେଶ ଚନ୍ଦ୍ର ବିଶୋଇ ଏକ ପ୍ରେସ ଇସ୍ତାହାର ଜରିଆରେ ଦେଇଛନ୍ତି।

Square Ad 1
Leave A Reply

Your email address will not be published.