ଅନୁଗୁଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ କିଅାକଟା ପଞ୍ଚାୟତ ହେଲେଇ ଗ୍ରାମରେ ଗତ ବିଳମ୍ବିର ରାତିରେ ଘରର କାନ୍ଥ ମାଡି ପରିବାରର ସୋଇଥିବା ୫ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି । ହେଲେଇ ଗ୍ରାମର ଶୁସିଲ ହାତୀ ନାମକ ଜଣେ ବ୍ୟକ୍ତି ତାର ସ୍ତ୍ରୀ,ପୁଅ ଓ ୨ ଝିଅ କୁ ନେଇ ଶୋଇଥିଲା ।ଶୁସିଲ ଓ ତାଙ୍କ ପୁଅ ଘର କାନ୍ଥର ଟିକେ ଛାଡି ଶୋଇଥିଲେ ଯାହାଫଳରେ ସେମାନେ ବଞ୍ଚିଯାଇଛନ୍ତି କିନ୍ତୁ ସୁସିଲଙ୍କ ସ୍ତ୍ରୀ ଓ ଝିଅ କାନ୍ଥକୁ ଲାଗିକରି ଖଟିଅାରେ ଶୋଇଥିବା ସମୟରେ କାନ୍ଥଟି ମାଡି ବସିଥିଲା।ସମସ୍ତଙ୍କୁ ବୌଦ୍ଧ ମେଡିକାଲ ନିଅାଯାଇଥିଲା ଯେଉଁଠି ଛୋଟ ଝିଅଙ୍କୁ ମୃତ ଘୋଷଣା କରାଯାଇ ଥିବା ବେଳେ ସ୍ତ୍ରୀ ପୁଷ୍ପାଞ୍ଜଳୀ ହାତୀ ଓ ଝିଅ ପ୍ରିୟଙ୍କା ହାତୀ ଗୁରୁତର ହୋଇ ବୌଦ୍ଧ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।