Webportal

ସ୍ତ୍ରୀ କୁ ବିକିଲା ସ୍ୱାମୀ

sanitry
0 148

ଜିଲ୍ଲା ବସ୍ତା ଥାନା ,ସଦର ବ୍ଲକ ଅଧୀନସ୍ଥ ମଛଡିହା ଗ୍ରାମରେ ଚର୍ଚ୍ଚିତ ଘଟଣା ।ଅର୍ଥ ପିପାସୁ ସ୍ବାମୀ ଟଙ୍କା ପାଇଁ ନିଜର ୯ମାସର ସ୍ତ୍ରୀ କୁ ବାହାର ରାଜ୍ୟ ରେ ବିକ୍ରି ଘଟଣା ସମଗ୍ର ଜିଲ୍ଲା ରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି । ସୂଚନା ମୁତାବକ ବସ୍ତା ଥାନା ପଣ୍ଡୁରୁଣି ଗ୍ରାମ ର ନରେନ୍ଦ୍ର ପାତ୍ର ଙ୍କ ଝିଅ ମଞ୍ଜୁଲତା କୁ ମଛଡିହା ଗ୍ରାମ ର ବୁଧିରାମ ଜେନା ଙ୍କ ପୁଅ ସତ୍ୟରଞ୍ଜନ ସହିତ ବୈଦିକ ରୀତି ରେ ବିବାହ ହୋଇଥିଲା । ବାହାଘରରେ ଯୈତୁକ ବାବଦରେ ୫୦୦୦୦ ଟଙ୍କା ରୁ ୩୦୦୦୦ଟଙ୍କା ଝିଅ ଘର ଦେଇଥିଲେ । ତେବେ ଉକ୍ତ ବାକିଆ ଅର୍ଥକୁ ନେଇ ଝିଅକୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା । ତେବେ ସ୍ବାମୀ ସ୍ତ୍ରୀ କୁ ଭଲରେ ରଖିବାର ପ୍ରତିଶ୍ରୁତି ଦେଇ ବାହାର ରାଜ୍ୟ ତେଲେଙ୍ଗାନା କୁ ନେଇ ଯାଇଥିଲା । ସେଠାରେ ସେ ସ୍ତ୍ରୀ କୁ ଅନ୍ୟ ଯାଗାରେ କାମ କରିବାକୁ ବାଧ୍ୟ କରି ସେଠାକାର ଜଣେ ଯୁବକକୁ ଏକଲକ୍ଷ ଟଙ୍କାରେ ବିକ୍ରି କରିଦେଇ ସେଠାରେ ଏକ ଥାନା ରେ ସ୍ତ୍ରୀ ର ନିଖୋଜ ହୋଇଥିବା ଜଣାଇଥିଲା ।ନିଖୋଜ ଖବର ଥାନାରେ ଦେଇ ଚୁପ୍ ରହିବା ସହିତ ଶ୍ବଶୁର ଘରକୁ ଫୋନ ରେ ବିଭିନ୍ନ ପ୍ରକାର ଅଶ୍ଳୀଳ ମନ୍ତବ୍ୟ ଦେବାକୁ ପଛାଇ ନାହିଁ। ଏଣେ ସ୍ତ୍ରୀ ମଞୁ ଦଲାଲ ଦ୍ବାରା ତେଲେଙ୍ଗାନା ରୁ ମଧ୍ୟପ୍ରଦେଶ ପହଞ୍ଚିବାପରେ ଘରକୁ ଆସିବାର ଉପାୟ ଖୋଜୁଥିବା ବେଳେ ଦଲାଲ ଏକଲକ୍ଷ ରେ କିଣିଛି ,ଟଙ୍କା ନସୁଝିଲେ ତାକୁ ଛାଡି ପାରିବ ନାହିଁ କହୁଥାଏ । ପରିଶେଷରେ ସ୍ତ୍ରୀ କୈଶଳ କ୍ରମେ ରାତି ଅଧରେ ଖସି ଆସିବାରେ ସଫଳ ହୋଇଥିଲେ ।ପାଗଳି ହୋଇ ଅଜଣାଯାଗା ରେ ଘୂରି ବୁଲୁଥିବା ବେଳେ ଜଣେ ଓଡ଼ିଆ ଲୋକର ସହାୟତା ରେ ଟ୍ରେନ ଯୋଗେ ପୂରୀ ,ପରେ ବାଲେଶ୍ଵର ରେ ପହଞ୍ଚି ସମସ୍ତ କଥା ବଖାଣି ଥିଲେ ।ଉକ୍ତ ଘଟଣାରେ ପରିବାର ପକ୍ଷରୁ ରୁ ଝିଅକୁ ନ୍ୟାୟ ଦେବା ପାଇଁ ବସ୍ତା ଥାନା ଏବଂ ବାଲେଶ୍ବର ଏସ୍ପିଙ୍କୁ ସାଖ୍ଯାତ କରିଥିଲେ ମଧ୍ୟ ଏଠାରେ କୋୖଣସି ସହଯୋଗ କରିପାରିବେ ନାହିଁ ବୋଲି କହିଛନ୍ତି, ପରନ୍ତୁ ତାଙ୍କୁ ତେଲେଙ୍ଗାନା ଯାଇ ସେଠାରେ ଥାନାର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିବା ଜଣାପଡିଛି। ତେବେ ଗରିବ ପରିବାର ପଖେ ତେଲେଙ୍ଗାନା ଯିବା ସମ୍ଭବ ପର ହେଉ ନଥିବାରୁ ନ୍ୟାୟ ପାଇବାକୁ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

Square Ad 1
Leave A Reply

Your email address will not be published.