Webportal

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାରେ ବିଚିତ୍ର ସ୍ୱାସ୍ଥ୍ୟସେବା

ପ୍ରଥମେ କାଗଜପତ୍ର ସମ୍ପୂର୍ଣ୍ଣ ପରେ ଚିକିତ୍ସା ନୀତି କାରଣରୁ ଶବକୁ ଦିଆଗଲା ଇଂଜେକସନ ଓ ସାଲାଇନ

sanitry
0 161

ରୋଗୀକୁ ଚିକିତ୍ସାଲୟରେ ପ୍ରଥମେ ଚିକିତ୍ସା ନ କରି ପ୍ରଥମେ କାଗଜପତ୍ର କାମ କରିବା ଭଳି ବିଚି୍ତ୍ର ବ୍ୟବସ୍ଥା ରାଜ୍ୟରେ ଚାଲୁଛି ଯେଉଁଥିପାଇଁ ଅନେକଙ୍କର ମୃତ୍ୟୁ ଘଟୁଥିବା ଦେଖାଯାଉଛି, କିନ୍ତୁ କୌଣସି ସ୍ୱାସ୍ଥ୍ୟ ମନ୍ତ୍ରୀ କିମ୍ବା ଅଧିକାରୀ ଏପରିକି ମୁଖ୍ୟମନ୍ତ୍ରୀ ମାନଙ୍କର ନଜର ଏଥି ପ୍ରତି ନ ଯାଇ କେବଳ ଶସ୍ତା ଭୋଟ ରାଜନୀତି ଓ ଯେନତେନ ପ୍ରକାରେ ନିତିଦିନିଆ ଡିଉଟି ସମ୍ପାଦନ କରିବା ଉପରେ ରହୁଛି।ଏପରି ଏକ ତାଜା ଘଟଣାରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଜିଲ୍ଲାରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି।ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବକୁ ସାଲାଇନ ଓ ଇଂଜେକସନ ଦିଆଯିବା ଭଳି ଘଟଣା ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ମୁତାବକ ଲଇକେରା ବ୍ଲକ ଖୁଣ୍ଟମାଲ ପଞ୍ଚାୟତ ଅନ୍ତର୍ଗତ ଜାଲିମାଲ ଗାଁ ର କ୍ଷେତ୍ରମଣି କୁସୁମ କାଲି ସକାଳେ ବିଷ ପିଇବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଯେଉଁଠି ତାଙ୍କୁ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିନା ଚିକିତ୍ସା ରେ ଛାଡି ଦିଆ ଯାଇଥିଲା ଓ ତାଙ୍କ ଭାଇ ଛତ୍ରଲାଲ ପାଟିତୁଣ୍ଡ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ବେଡ଼ରେ ଶୁଆଇଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହା ଜାଣି ମଧ୍ୟ କାର୍ଯ୍ୟରତ ନର୍ସ ମାନେ ତାଙ୍କୁ ସାଲାଇନ ଓ ଇଂଜେକସନ ଦେଇଥିବାର ଅଭିଯୋଗ ହୋଇଛି ଯାହାର ଭିଡ଼ିଓ ଭାଇରଲ ମଧ୍ୟ ହେଇଛି।ଅନ୍ୟ ପକ୍ଷରେ ଡାକ୍ତର ତନୁଜା ପାତ୍ର ଅଭିଯୋଗ କୁ ଖଣ୍ଡନ କରି କହିଛନ୍ତି ଯେ ରୋଗୀ ଗୁରୁତର ଥିଲା ଓ ଲେଖାଲେଖି କାର୍ଯ୍ୟ ଶେଷ କରିବା ପରେ ତାଙ୍କୁ ଇନ ୱାର୍ଡକୁ ପଠାଯାଇଥିଲା ଓ ୱାର୍ଡକୁ ଯିବା ସମୟରେ କଣ ହୋଇଥିଲା ସେ ଜାଣନ୍ତି ନାହିଁ।ଯେହେତୁ ଡାକ୍ତର ରୋଗୀଙ୍କୁ ମୃତ ଘୋଷଣା କରି ନ ଥିଲେ ତେଣୁ ନର୍ସ ମାନେ ତାଙ୍କ ଡିଉଟି କରୁଥିଲେ ଏବଂ ତାଙ୍କୁ ଦୋଷ ଦେବା ଠିକ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Square Ad 1
Leave A Reply

Your email address will not be published.