Webportal

ହମ ଗ୍ରୁପ ପକ୍ଷରୁ କରୋନା ସଚେତନତା ଅଭିଯାନ ସହିତ ମାସ୍କ ବଣ୍ଟନ

sanitry
0 173

ମହାମାରୀ କରୋନା ଦିନକୁ ଦିନ ଯେତେ ଭୟାବହ ହେବାକୁ ଲାଗିଛି, ସେତିକି ସଚେତନତା କାର୍ଯ୍ୟକ୍ରମ ମାନ ସରକାରଙ୍କ ତରଫରୁ ହାତକୁ ନିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଅନୁଗୋଳର ” ହମ ” ଗ୍ରୁପ (Graduates/Bcom-Year 2008) ତରଫରୁ ଗୁରୁବାର କରୋନା ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ ବଣ୍ଟନ କରାଯାଇଛି। ୨୦୦୦ ମାସ୍କ, ୫୦୦ ପ୍ୟାକେଟ ବିସ୍କୁଟ, ୫୦୦ ସାବୁନ ‘ ହମ ‘ ଗ୍ରୁପ ତରଫରୁ ଲୋକମାନଙ୍କୁ ବଣ୍ଟନ କରାଯିବା ସହ ସାମାଜିକ ଦୂରତ୍ୱ, ସାବୁନ ରେ ହାତ ଧୋଇବା ସହ ଲକ ଡାଉନରେ ଜରୋରୀ କାର୍ଯ୍ୟ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଅନୁଗୋଳ ଷ୍ଟାଡିୟମ ରୁ ବାହାରି ହରିମୌରୀ ଛକ, ସାପ୍ତାହିକ ହାଟ, ମାଟିଆସାହି ଓ ମିଶ୍ରପଡା ଛକରେ କରାଯାଇଥିଲା। ଗତ କିଛିଦିନ ତଳେ  ଗ୍ରୁପ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୨ ହଜାର ୨୨୨ ଟଙ୍କାର ଛୋଟିଆ ଅନୁଦାନ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଏକ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଥିଲେ। କରୋନା ମୁକାବିଲା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ” ହମ “ଗ୍ରୁପର ସଦସ୍ୟ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ମାଣ୍ଡୋଠିଆ, ବିଜୟ କୁମାର ଅଗ୍ରୱାଲ, ଅଶୋକ ପ୍ରଧାନ, ସୂର୍ଯ୍ୟକାନ୍ତ ମହାନ୍ତ, ଦିଲ୍ଲୀପ ସାମନ୍ତ, ନିର୍ଣ୍ଣୟ ନାୟକ, ବିନଲ ଅଗ୍ରୱାଲ, ସୁରଜ ଅଗ୍ରୱାଲ, ପୁନିତ ଗୋଏଲ, ଅମିତ ଅଗ୍ରୱାଲ, ବିକାଶ ସାହୁ, ଶ୍ୟାମ ସୁନ୍ଦର ସାହୁ, ସନ୍ତୋଷ ରଥ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହିଭଳି ସଚେତନତା କାର୍ଯ୍ୟକ୍ରମ ଚାଲିରହିବା ସହ ଆବଶ୍ୟକ ପଡ଼ିଲେ ପ୍ରଶାସନ କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଗ୍ରୁପ ର ସଦସ୍ୟ ସଞ୍ଜୀବ କୁମାର ମାଣ୍ଡୋଠିଆ ସୂଚନା ଦେବାସହ ଆଗାମୀ ଦିନରେ ଏହିପରି କାର୍ଯ୍ୟକ୍ରମ ଲଗାତାର କରାଯିବ ବୋଲି ସେ କହିଛନ୍ତି।

Square Ad 1
Leave A Reply

Your email address will not be published.