Webportal

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ

sanitry
0 270

ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ।ଚମ୍ପୁଆରେ ଅଭାବନୀୟ ଘଟଣା।ଟ୍ରକ୍ ଧକ୍କାରେ ବାପା ମା ଓ ପୁଅଙ୍କ ମୃତ୍ୟୁ।ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସାନନଈ ଗ୍ରାମର ବାପା ଅଇବନ ପ୍ରଧାନ, ମା ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଝିଅଘର ଦୋଲିତ।କୁ ଯାଉଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ରିମୁଳି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଦେଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାପା ଅଇବନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଚମ୍ପୁଆ ଡ଼ାକ୍ତରଖାନ।ରେ ମୃତ୍ୟୁ ହୋଇଥିଲା। ଠିକ୍ ସେହିପରି ପୁଅ ମଙ୍ଗଲଙ୍କ କେନ୍ଦୁଝର ଡାକ୍ତରଖାନ।ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଚମ୍ପୁଆ ପୁଲିସ ଓ ଚମ୍ପୁଆ ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Square Ad 1
Leave A Reply

Your email address will not be published.