Webportal

୧୧ କେଭି ତାର ସଂସ୍ପର୍ଶରେ ଆସି ଦୁଇ ମୃତ

sanitry
0 238

ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ବନ୍ତଳା ବନାଞ୍ଚଳ କଞ୍ଜା ଗାଁ ରେ ଜନ୍ତୁ ପାଇଁ ବିଛା ଯାଇଥିବା ୧୧ କେଭି ତାରରେ ଲାଗି ୨ ମୃତ । ମୃତକ ହେଲେ ଲୁଲୁ ବିଶ୍ୱାଳ ଓ ଛବିନ୍ଦ୍ର ଗଡ଼ନାୟକ। ଜିଲ୍ଲାରେ ବାରାହ ଶିକାର ପାଇଁ ବିଛା ଯାଉଥିବା ତାରରେ ଲାଗି ଅନେକଙ୍କ ଜୀବନ ଗଲାଣି । ଗତ ରାତିରେ କଞ୍ଜା ଗାଁ ପାଖ ହରଡ଼ ବାଡ଼ି ରେ ୧୧କେଭି ତାର ବିଛା ଯାଇଥିଲା । ଜଙ୍ଗଲ ରୁ ଜନ୍ତୁ ଆସି ଫସଲ ନଷ୍ଟ କରୁଥିବା ରୁ ଏହି ତାର ବିଛା ଯାଇଥିଲା । ଆଜି ସକାଳୁ ସେହି ଗ୍ରାମର ଲୁଲୁ ବିଶ୍ବାଳ ଓ ତାଙ୍କର ଅନ୍ୟଜଣେ ସାଥି ଛବିନ୍ଦ୍ର ଗଡ଼ନାୟକ ସେହି ବାଟ ଦେଇ ଯାଉଥିବା ବେଳେ ବିଦ୍ୟୁତ ତାରରେ ଲାଗି ଯାଇଥିଲେ । ଘଟଣା ସ୍ଥଳରେ ଲୁଲୁଙ୍କର ମୃତ୍ୟୁ ହୋଇଥିବା ବେଳେ ଛବିନ୍ଦ୍ର ଗୁରୁତ୍ବର ଅବସ୍ଥାରେ ପ୍ରଥମେ ଅନୁଗୋଳ ର ଏକ ଘରୋଇ ନର୍ସିଂହୋମ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Square Ad 1
Leave A Reply

Your email address will not be published.