ଅନୁଗୁଳ ଜିଲ୍ଲା ର ସାଇ ମନ୍ଦିର ସ୍ଥିତ SUCI କମ୍ଯୁନିସ୍ଟ କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ର ଏ. ଆଇ. ୟୁ. ଟି. ୟୁ. ସି. ସହବନ୍ଧିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଅନୁଗୋଳ ପକ୍ଷରୁ ଆଜି ଦିନ ୧୨ ଘଟିକା ସମୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୮ ନଭେମ୍ବର ତାରିଖ ଦିନ ବିଧାନସଭା ସମ୍ମୁଖରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ସମାବେଶ ସହ ଘେରାଉ କରାଯିବ ଏହି ବିକ୍ଷୋଭ ରେ ଅନୁଗୋଳ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକା ମାନଙ୍କ ସମେତ ଶିକ୍ଷକ, ଶିକ୍ଷା ପ୍ରେମୀ ଜନସାଧାରଣ ସହଯୋଗ କରିବା ପାଇଁ ପାଚିକା ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଜିଲ୍ଲା ପାଚିକା ସହାୟିକା ସଂଘ ର ସଭାପତି ବ୍ରଜବନ୍ଧୁ ସାହୁ, ସମ୍ପାଦିକା ବୁଲି ବାରିକ, କର୍ମକର୍ତ୍ତା ନୟନା ସାହୁ, ପ୍ରହ୍ଲାଦ ସାହୁ, ମାନସୀ ସ୍ୱାଇଁ ଉପସ୍ଥିତ ରହିଥିଲେ।