Webportal

୧୬ଟି ଗଧକୁ ଖୋଜୁଛି ପୁଲିସ୍‌ ; ରୁଜୁ ହୋଇଛି ଚୋରୀ ଏଫ୍‌ଆଇଆର

sanitry
0 92

ରାଜସ୍ଥାନର ଦ୍ୱିତୀୟ ବଡ଼ ସହର ଯୋଧପୁରରେ ଏକ ସ୍ୱତନ୍ତ୍ର ପ୍ରକାରର ଚୋରୀ ମାମଲା ସାମ୍ନାକୁ ଆସିଛି। ଏଠାର ଗ୍ରାମୀଣ ଜିଲ୍ଲାରେ ବିଳମ୍ୱିତ ରାତିରେ ୧୬ଟି ଗଧ ଚୋରୀ ହୋଇଛି। ଏହି ସମୟରେ ଗଧ ମାଲିକ ୧୬ଟି ଗଧ ଚୋରୀ ହୋଇଥିବା ମାମଲା ରୁଜୁ କରାଇଛନ୍ତି । ଏହାପରେ ଯୋଧପୁର ଗ୍ରାମୀଣ ପୁଲିସ୍‌ ଏହି ଗଧ ମାନଙ୍କର ତଲାସରେ ଲାଗି ପଡ଼ିଛି।

ଉଲ୍ଲେଖନୀୟ ଯେ, ଯୋଧପୁର ଜିଲ୍ଲାର ଜୈତିବାସ ଗାଁରୁ ବିଳମ୍ୱିତ ରାତିରେ ୧୬ଟି ଗଧ ଚୋରୀ ହୋଇ ଯାଇଥିଲେ।। ଗାଁରେ ରହୁଥିବା ଭଂୱରଲାଲ ଦେୱାସୀଙ୍କ ଘର ପାଖରେ ଥିବା ସ୍ଥାନରୁ ଗୋଟିଏ ପରେ ଗୋଟିଏ ୧୬ ଟି ଗଧକୁ ଚୋରୀ କରି ନିଆଯାଇଛି। ସକାଳେ ଯେବେ ଭଂୱରଲାଲ ନିଜ ଘର ପାଖର ସେହି ସ୍ଥାନରେ ପହଞ୍ଚିଲେ ତ ସବୁ ଗଧ ସେହି କ୍ଷେତରୁ ଗାଏବ ହୋଇ ଯାଇଥିଲେ। ଏଣୁ ଭଂୱରଲାଲ ୧୬ଟି ଗଧ ଚୋରୀ ହେବାର ପୁଲିସ୍‌ରେ ଏତଲା ଦେଇଥିଲେ।

ସୂଚନା ଯେ , ସେହି ଗାଁରେ ଗଧମାନଙ୍କୁ ମାଟି ବୋହିବା କାମରେ ଲଗାଯାଏ । ଭାଟ ସମାଜର ଲୋକ ଗଧ ମାଧ୍ୟମରେ ମାଟି ବୋହିବା ବ୍ୟବସାୟ କରିଥାନ୍ତି । ଭଂୱରଲାଲ ଦେୱାସୀ ୩ଜଣ ଲୋକଙ୍କ ନାଁରେ ଏହି ଚୋରୀ ମାମଲା ରୁଜୁ କରିଛନ୍ତି । ସେ କହିଛନ୍ତି ଗାଁରେ ଗଧ ଦ୍ୱାରା ବ୍ୟବସାୟ କରି ସେ ନିଜ ପରିବାରର ଭରଣପୋଷଣ କରନ୍ତି ।

ଉଲ୍ଲେଖନୀୟ ଯେ, ଯୋଧପୁର ଡିଭିଜନରେ ଗଧଙ୍କର ସଂଖ୍ୟା ବାରମ୍ୱାର ହ୍ରାସ ପାଇବାରେ ଲାଗିଛି , ଏହି କାରଣରୁ ଏମାନଙ୍କର ଦାମ୍‌ ବି ଲଗାତାର ବଢ଼ୁଛି। ଯୋଧପୁର ଜିଲ୍ଲା କଥା କହିବା ତ ଗୋଟିଏ ଗଧର ଦାମ୍‌ ୧୫୦୦୦ଟଙ୍କାରୁ ନେଇ ୨୫୦୦୦ଟଙ୍କାରେ ପହଞ୍ଚ ଯାଇଛି। ପୁଲିସ୍‌ ବି ଏହା ମାନୁଛି କି ବଢ଼ୁଥିବା ଦାମ୍ କାରଣରୁ ଏହି ଗଧମାନଙ୍କର ଚୋରୀ ହୋଇଛି । ବର୍ତ୍ତମାନ ପୁଲିସ୍‌ ଉକ୍ତ ମାମଲାରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପଚରାପଚରି ଆରମ୍ଭ କରି ଦେଇଛି ।

Square Ad 1
Leave A Reply

Your email address will not be published.