Webportal

୨୨ମାସ ପରେ ଘରକୁ ଫେରିଲେ ପାଚିକା ଗୌରୀ

sanitry
0 98

କେନ୍ଦୁଝର ଜିଲ୍ଲାର ଏକ ନିପଟ ଗାଁ ର ଯିଏ ଗାଁ ସ୍କୁଲରେ ପାଚିକା ଭାବେ କାମ କରୁଥିଲେ ଦିଲ୍ଲୀ ଯାଇ ସେଠାରୁ ବାଟବଣା ହୋଇ ନିଖୋଜ ହୋଇଯିବାର ଦୀର୍ଘ ୨୨ମାସ ପରେ ଘରକୁ ଫେରିଛନ୍ତି।ପାଚିକା ସଂଗଠନ ର ଦାବି ରାଜ୍ୟ ସରକାର ନ ଶୁଣିବାରୁ ସଂଗଠନର ଅନ୍ୟ ସଦସ୍ୟାଙ୍କ ସହ ମିଶି ସେ ଦିଲ୍ଲୀ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବାକୁ ଯାଇଥିଲେ ଓ ସେଠାରେ ସେ ବାଟବଣା ହୋଇ ନିଖୋଜ ହୋଇଯିବାରୁ ଅସହାୟ ଅବସ୍ଥାରେ ଏଣେ ତେଣେ ଘୁରି ବୁଲୁଥିଲେ।ଓଡ଼ିଆ ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବାରୁ ତାଙ୍କ କଥା କେହି ବୁଝି ପାରୁ ନ ଥିଲେ।ଏଭଳି ସ୍ଥଳେ ଦିଲ୍ଲୀର ‘ଦି ଆର୍ଥ ଫାଉଣ୍ଡେସନ’ ନାମକ ସଂସ୍ଥା ତାଙ୍କୁ ଉଦ୍ଧାର କରି ଆଶ୍ରୟ ଦେଇଥିଲା।ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କ ନିଖୋଜ ଖବର ସହ ଫଟୋ ଛଡ଼ାଯିବାରୁ ପରିବାର ଲୋକେ ଏହା ଦେଖି ଦିଲ୍ଲୀ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରିଥିଲେ।ଗୌରୀ ମହନ୍ତ ନାମକ ଏହି ୪୫ବର୍ଷୀୟ ମହିଳା ଶୁକ୍ରବାର ଆସି ଘରେ ପହଂଚିବା ପରେ ସାରା ଗାଁରେ ଭାବ ପ୍ରବଣତା ପରିସ୍ଥିତି ସୃଷ୍ଟି ହେଇଥିଲା।

Square Ad 1
Leave A Reply

Your email address will not be published.