Webportal

୨୬୫୬ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ବିପଦଶଙ୍କୁଳ ଅବସ୍ଥାରେ ରହିଛି ୨୧୫୯ ସ୍କୁଲ ଗୃହ

sanitry
0 131

ରାଜ୍ୟରେ ମୋଟ ୧୭୧୪୩ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨୧୫୯ ସ୍କୁଲ ଗୃହ ବିପଦଶଙ୍କୁଳ ଅବସ୍ଥାରେ ଅଛି ଓ ୨୬୫୬ଟି ରେ ପ୍ରଧାନ ଶିକ୍ଷକ ନାହାନ୍ତି।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୧୧୫୩୨ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ପାଇଁ ପ୍ରକୋଷ୍ଠ ନାହିଁ।ଅନୁଗୁଳ ଜିଲ୍ଲାରେ ୧୬୮, ବୌଦ୍ଧ ଓ କଟକ ଜିଲ୍ଲାରେ ୨୩୯ ଟି ଲେଖାଏଁ, ଢେ଼ଙ୍କାନାଳ ରେ ୨୧୯ ଟି, ଝାରସୁଗୁଡା ରେ ୧୪୪ ଟି, କଳାହାଣ୍ଡି ରେ ୨୨୪ ଟି, କନ୍ଧମାଳ ରେ ୧୩୪ ଟି, କୋରାପୁଟ ରେ ୧୨୨ ଟି, ମାଲକାନଗିରି ରେ ୩୨୭ ଟି, ମୟୁରଭଞ୍ଜ ରେ ୫୧୯ ଟି, ନବରଙ୍ଗପୁର ରେ ୯୯ ଟି, ରାୟଗଡା ରେ ୭୦ ଟି ଓ ସମ୍ବଲପୁର ରେ ୧୫୨ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନାହାନ୍ତି। ଅନ୍ୟ ପକ୍ଷରେ ବଲାଙ୍ଗୀର,ଯାଜପୁର, ଖୋର୍ଦ୍ଧା ଓ ନବରଙ୍ଗପୁର ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ବିପଦ ସଂକୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Square Ad 1
Leave A Reply

Your email address will not be published.