ଆଗାମୀ ଦିନରେ ରାଜ୍ୟରେ ୪ଟି ରାଜ୍ୟସଭା ସଦସ୍ୟ ପଦ ଖାଲି ହେଉଥିବାବେଳେ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ ଏହାକୁ ନେଇ ଅବଗଣନା ଆରମ୍ଭ ହୋଇଛି।ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ପଦ ବିଜୁ ଜନତା ଦଳ ସପକ୍ଷରେ ଯିବାର ଆଶା କରାଯାଉଥିଲେ ହେଁ ଦଳର ସୁପ୍ରିମୋ କି ପ୍ରକାର ନିଷ୍ପତ୍ତି ନେବେ ତାହାକୁ ଏବେଠାରୁ ଅନୁମାନ କରିବା କଷ୍ଟକର।ଏଠାରେ ସୂଚନାଯୋଗ୍ୟ ଯେ, ଗତ ରାଜ୍ୟସଭା ନିର୍ବାଚନରେ ଅଚାନକ ଭାବେ ବିଜେପି ଦଳର ରାଜ୍ୟସଭା ପ୍ରାର୍ଥୀ ତଥା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇ ରାଜନୈତିକ ପଣ୍ଡିତମାନଙ୍କୁ ହତବାକ କରିଦେଇଥିଲେ।ସେତେବେଳେ ଯଦିଓ ୩ଟି ଯାକ ପଦ ବିଜେଡି ସପକ୍ଷରେ ଯିବାର ଥିଲା କିନ୍ତୁ ଏହା ହୋଇପାରିଲା ନାହିଁ।ଗତ ସାଧାରଣ ନିର୍ବାଚନ ବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣି ଓ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଖୋଲାଖୋଲି ଘୋଷଣା କରିଥିଲେ।ଅନ୍ୟପଟେ ରାଜ୍ୟସଭା ସଦସ୍ୟ ଦୌଡ଼ରେ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଓ କିଛି ପରାଜିତ ପ୍ରାର୍ଥୀ ସାମିଲ ହୋଇଛନ୍ତି।ତେବେ ଶେଷ ମୁହୂର୍ତ୍ତରେ ନବୀନ କେଉଁ ପ୍ରକାର ନିଷ୍ପତ୍ତି ନେବେ ଓ କାହା ମୁଣ୍ଡରେ ସୁନା କଳସ ଢାଳିବେ ତାହା ସମୟ କହିବ।