Webportal

୫ଟି ଯୁଗରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଆନ୍ତରିକତା ଦେଖାଉନାହାନ୍ତି ପ୍ରଶାସକ ଓ ଜନପ୍ରତିନିଧି

sanitry
0 296

ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା ର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ।ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯିବା।୧୯୭୮ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା।ପ୍ରକଳ୍ପ ପାଇଁ ସାତପରୁଷ ଭିଟା ମାଟି ହରାଇଥିଲେ ଚାରି ଖଣ୍ଡ ଗ୍ରାମ ଶଗଡିପାଳ,ଲାଙ୍ଗୁଆବେଡା,ବଲାଂଗୀ ଓ ବିଜିଗୋଳ ପାଟଣାର ଅଧିବାସୀ ଯେଉଁ ମାନଙ୍କ ବଳିଦାନରେ ଛିଡା ହୋଇଛି ସମଲ ବ୍ୟାରେଜ ପ୍ରକଳ୍ପ।କିନ୍ତୁ ରାଜ୍ୟ ସରକାର କିପରି ସମ୍ପୃକ୍ତ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲେ ତାହାହିଁ ସବୁଠୁ ବଡ଼ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି।କେଉଁ ଉଦ୍ଧେଶ୍ୟରେ ନିର୍ମାଣ ହୋଇଛି ପ୍ରକଳ୍ପ ? ୧୭ ସେପ୍ଟେମ୍ବର ୧୯୯୪ ରେ ସମଲ ପ୍ରକଳ୍ପ ର ଶୁଭପକାଇଥିଲେ ବିଜୁପଟ୍ଟନାୟକ।ଲାଗୁଛି ଯେମିତି ନବୀନ ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖିବୁଜିଦେଲେ।ଯାହାପାଇଁ ପ୍ରକଳ୍ପ ତାକୁ ଏଠି ଅଣଦେଖା।ଜମିହରା ପ୍ରଜାଙ୍କ ଠାରୁ ସାଗମାଛ ଦରରେ ଜମିନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ ତ ନିର୍ମାଣ ହେଲା କିନ୍ତୁ ଏଯାବତ ୩୦ ବର୍ଷରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ର ସମାଧାନ କରିପାରିଲେ ନାହିଁ ରାଜ୍ୟସରକାର।ଦିର୍ଘ ୧୯ ବର୍ଷର ସ୍ୱଚ୍ଛ ଓ ନିର୍ମଳ ଶାସନ କରି ଏବେ ୫ଟି ଓ ମୋ ସରକାର ଲାଗୁ କରିଥିବା ମୁଖ୍ୟମନ୍ତ୍ରୀ କାହିଁକି ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖି ବୁଜିଲେ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ପ୍ରକଳ୍ପ ଦ୍ବାରା ସମ୍ପୂର୍ଣ ବାସଚ୍ୟୁତ ହୋଇଥିବା ୪ ଖଣ୍ଡ ଗ୍ରାମ ଲୋକଙ୍କୁ ନା ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତି, ଚାକିରୀକୁ ସ୍ଥାୟୀ କରାନଯିବା ବକେୟା ପ୍ରାପ୍ୟ ପ୍ରଦାନ କରାନଯିବା ଓ ଥଇଥାନ ନୀତି ନିୟମ ଅନୁଯାୟୀ ତାଙ୍କୁ ସଠିକ ଭାବେ ଥଇଥାନ ନକାରାଯିବା ଏ ସଂକ୍ରାନ୍ତରେ ଦାବି ଉପସ୍ଥାପନ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ପ୍ରଜା ମାଲକାନଗିରି କିମ୍ବା କୋରାପୁଟ ବଦଳି କରିବାର ଭୟ ଦେଖାଇ ଆନ୍ଦୋଳନ କାରୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ ହେଉଛି।ଉଚ୍ଚ ସ୍ତରୀୟ ବୈଠକରେ ଦାବି ପୂରଣ ପାଇଁ ହୋଇଥିଲା ନିଷ୍ପତି,କିଏ ଚାପିଦେଲା ଫାଇଲ ବଡ ପ୍ରଶ୍ନ।
ପୂର୍ବତନ ପାଳଲହଡା ବିଧାୟକ ତଥା ପୂର୍ବତନ ମୁଖ୍ୟସଚେତକ ରବି ନାରାୟଣ ପାଣି ଙ୍କ ସମୟରେ ବିସ୍ଥାପିତଙ୍କ ସମସ୍ୟା ନେଇ ୨୦୧୨ ନଭେମ୍ବର ୨୧ଉଚ୍ଚ ସ୍ତରୀୟ ବୈଠକ ବସିଥିଲା ।ଦାବି ପୁରଣର ନିଷ୍ପତି ମଧ୍ୟ ହେଲା କିନ୍ତୁ ହଠାତ ସବୁ ହେଇଗଲା ଓଲଟପାଲଟ ।ଅଭିଯୋଗ ହେଲା ସଚିବ ଠୁ ଆରମ୍ଭ କରି କିରାଣୀ ପର୍ଯ୍ୟନ୍ତ ଟଙ୍କା ମାଗିଲେ ଓ ଟଙ୍କା ନ ଦେଇପାରିବାରୁ ନିଷ୍ପତି ରହିଗଲା ନାଲି ଫିତା ତଳେ।ଜିଲ୍ଲାପାଳଙ୍କ ଚିଠିବି ଚାପିଲା ବିଭାଗ ।
ସମଲ ପ୍ରକଳ୍ପ ସମ୍ପୁର୍ଣ ବିସ୍ଥାପିତ ପ୍ରଜାଙ୍କ ସମସ୍ୟା ନେଇ ୨୦୧୦ ମସିହାରେ ପୂର୍ବତନ ଜିଲ୍ଳାପାଳ ଡି ଭି ସ୍ୱାମୀ ବିସ୍ଥାପିତ ପ୍ରଜାଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ଜଳସମ୍ପଦ ସଚିବଙ୍କୁ ପତ୍ର ସଂଖ୍ୟା 1809,4.11.2010 ରେ ଲେଖି ଜଣାଇଥିଲେ।ସମଲ ସମ୍ପୂର୍ଣ୍ଣ ବସଚ୍ୟୁତ ସମସ୍ୟାଙ୍କ ପ୍ରତି ଅନ୍ୟାୟ କରାଯାଇଛି।ତାଙ୍କ ଦାବି ଗୁଡିକ ନ୍ୟାୟୋଚିତ ତୁରନ୍ତ ସମାଧାନ କରାଯାଉ ବୋଲି ଜିଲ୍ଲାପାଳ ପତ୍ର ଲେଖି ଜଣାଇଥିଲେ କିନ୍ତୁ ତାଙ୍କ ପତ୍ର ର ନା ମିଳିଲା ଉତ୍ତର ।କେବଳ ନାଲି ଫିତା ତଳେ ରହିଗଲା ।
ପ୍ରକଳ୍ପ ପାଇଁ ଜମି କିନ୍ତୁ କମ୍ପାନୀ ପ୍ରୀତି । ଏହି ପ୍ରକଳ୍ପରୁ ବିଭିନ କମ୍ପାନୀ କୁ ୧୨ କୋଟି ଟଙ୍କାରେ ବିକ୍ରି କରନ୍ତି ଜଳ କିନ୍ତୁ ଭୁଲି ଯାଆନ୍ତି ବିସ୍ଥାପିତଙ୍କ କଥା।ବିସ୍ତାପିତ ପ୍ରଜାଟିଏ ନିଜର ହକ ପାଇଁ ଆନ୍ଦୋଳନକୁ ଓଲହାଇବା ପରେ କେବଳ ପ୍ରକଳ୍ପ ଅଧିକାରୀ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା ହେବା ନେଇ ଆଳ ଦେଖାଇ ଭୁଆଁ ବୁଲାନ୍ତି।ଗତ ସପ୍ତାହରେ ସମଲ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ୪ ଖଣ୍ଡ ଗ୍ରାମର ସପୂର୍ଣ ବାସଚ୍ୟୁତ ଶ୍ରମିକ ଓ ୩୯ ଖଣ୍ଡ ଗ୍ରାମର ଆଂଶିକ କ୍ଷତିଗ୍ରସ୍ତ ପ୍ରଜାମାନେ ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ।ରାଜ୍ୟ ସରକାର ପ୍ରକଳ୍ପ ରୁ ମାସକୁ କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି କିନ୍ତୁ ପ୍ରକଳ୍ପ ଦ୍ବାରା ବିସ୍ତାପିତ ହୋଇଥିବା ୪ ଖଣ୍ଡ ଗ୍ରାମର ବାସଚ୍ୟୁତ ଶ୍ରମିକଙ୍କ ପ୍ରତି ଆଖି ବୁଜି ଦେଇଛନ୍ତି ରାଜ୍ୟସରକାର।JSPL, NTPC, JITPL ଓ OPCL କୁ ପ୍ରକଳ୍ପରୁ ପାଣି ବିକ୍ରି କରୁଛନ୍ତି ସରକାର କିନ୍ତୁ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ପଡୁନି କାହିଁକି।ବିସ୍ଥାପିତଙ୍କ ପାଇଁ କେତେ ଖର୍ଚ୍ଚ କରୁଛି କମ୍ପାନୀ
୨ ନିର୍ବାଚନ ମଣ୍ଡଳୀର ବିସ୍ଥାପିତ ୪ ଖଣ୍ଡ ଗ୍ରାମ ଜିଲ୍ଲା ମାନଚିତ୍ରରେ ନାଁ ନାହିଁ।ଅନୁଗୁଳ ଜିଲ୍ଲାର ପାଲଲହଡା ନିର୍ବାଚନମଣ୍ଡଳୀ ର ୩ ଟି ଗାଁ ଓ ତାଳଚେର ନିର୍ବାଚନ ମଣ୍ଡଳୀ ର ଗୋଟିଏ ଗାଁ ନା ଅଛି ଜିଲ୍ଲା ମାନଚିତ୍ରରେ ନା ନାହିଁ।ସତେଯେମିତି ଏହି ଗାଁ ଗୁଡିକ ସରକାର ବିସ୍ଥାପିତ କରିବା ସାଙ୍ଗେ ସାଙ୍ଗେ ମାନଚିତ୍ରରୁ ନା ଲିଭାଇ ମୃତ ଘୋଷଣା କରିଛନ୍ତି ମନେ ହୁଏ।ବାରମ୍ବାର ରାଜନେତା ଓ ସରକାରୀ ବାବୁ ପ୍ରତିଶୃତି ଦିଅନ୍ତି କିନ୍ତୁ ତାହା ପରବର୍ତୀ ସମୟରେ ଭୁଲିଯାନ୍ତି।ଉଭୟ ନେତା ୫ ବର୍ଷ ଭିତରେ କେବେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିନାହାନ୍ତି ।ବିଧାୟକ ମାନେ କେବଳ ନିର୍ବାଚନ ଆସିଲେ ପୁଣି ଫେରନ୍ତି ଆଉ ପ୍ରତିଶୃତି ରେ ପୋତିପକାନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚୁନିକି ସମଲ ସମ୍ପୂର୍ଣ୍ଣ ବିସ୍ଥାପିତଙ୍କ ଦୁଃଖ !
ସମଲବ୍ୟାରେଜ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ୪ ଖଣ୍ଡ ଗାଁ ର ସମ୍ପୂର୍ଣ ବିସ୍ଥାପିତଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ କାନରେ ପଡୁନି ବୋଲି ସନ୍ଦେହ।ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ କାଳିଆ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋଜନା କିନ୍ତୁ ଏହି ଭିଟାମାଟି ହରାଇ ସର୍ବସ୍ବ ବଳିଦାନ ଦେଇଥିବା ଏହି ବିସ୍ଥାପିତଙ୍କ ପ୍ରତି ବେଦରଦି ମନୋଭାଵ କାହିଁକି।ସତରେ ନ୍ୟାୟ ପାଇବେ ଏହି ବିସ୍ଥାପିତ।କେବେ ହଟିବ ଏହି ବିସ୍ଥାପିତଙ୍କ ଦୁଃଖ।ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ଦାବି ହେଉଛି।
ସରକାରଙ୍କ 5T କାହା ପାଇଁ ?
ସମଲବ୍ୟାରେଜ ପ୍ରକଳ୍ପ ପାଇଁ ୪ ଖଣ୍ଡ ଗ୍ରାମକୁ ସରକାର ଉଜାଡ଼ି ଦେଲେ।ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରି କରି କରି ନୟାନ୍ତ ହେଲାଣି।ଚାଲ ଛପର ବିକି ସରକାରୀ ବାବୁ, ବିଧାୟକଙ୍କ ପଛରେ ଦୌଡ଼ିଲେ।ନେତା ମଧ୍ୟ ଠକି ଚାଲିଲେ।ଏମିତି ରେ ବିତିଗଲା ୩୦ ବର୍ଷ।ସତେଯେମିତି ନିଦା ବିଷ୍ଣୁ ପାଲଟିଛି ଜଳ ସମ୍ପଦ ବିଭାଗ।ବୁଝାପଡୁନି ବିସ୍ଥାପିତଙ୍କ ସମସ୍ୟା ପ୍ରତି ସମସ୍ତେ ଆଖି ବୁଜିଛନ୍ତି କାହିଁକି।ସରକାର 5T କଲେ ଆଶା ଅଛି ବିସ୍ଥାପିତଙ୍କ ସମସ୍ୟା ଦୂର ହେବ ।ନିର୍ବାଚନ ପୂର୍ବରୁ ନେତା ଆସି ପ୍ରତିଶୃତି ରେ ପୋତି ପକାନ୍ତି କିନ୍ତୁ ପରେ ସବୁ ଓଲଟ ଏମିତି ବିତିଗଲା ୨୦ ବର୍ଷ।ନ୍ୟାୟ ପାଇବା ଆଶାରେ ଅନେଇ ରହିଛନ୍ତି ବିସ୍ଥାପିତ ପ୍ରଜା।ବିଧାନସଭାରେ ଅନେକ ପ୍ରଶ୍ନ ହୋଇଛି କିନ୍ତୁ ବିସ୍ଥାପିତଙ୍କୁ ମିଳିଲାନି ନ୍ୟାୟ।ପାଲଲହଡା ବିଧାୟକ ମୁକେଶ ପାଳ ସମଲ ବ୍ୟାରେଜ ବିସ୍ଥାପିତଙ୍କ ସମସ୍ୟା ଓ ନିଯୁକ୍ତି ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଲେ ସରକାରଙ୍କର ବର୍ତ୍ତମାନ ବଳବତ୍ତର ଥିବା ନିୟମାନୁଯାୟୀ, ରେଙ୍ଗାଳୀ ଡ୍ୟାମ୍ ଓ ସମଲ ବ୍ୟାରେଜ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାରର ଯୁବକଙ୍କୁ ଟ୍ରେନିଂ ଦିଆଯାଇ ସେଠାରେ ନିଯୁକ୍ତି ଦେବାର କୌଣସି ବ୍ୟବସ୍ଥା ନାହିଁ ।ନିଯୁକ୍ତି ମଧ୍ୟ ନାହିଁ ।ବିସ୍ଥାପିତଙ୍କ ପାଇଁ ସଂରକ୍ଷିତ ଥିବା ୫୦ ପ୍ରତିଶତ ନିଯୁକ୍ତି ଗଲା କୁଆଡେ ? ସେଥିରୁ କେତେ ବିସ୍ଥାପିତ ଓ ବାହାର ଲୋକଙ୍କୁ ନିଯୁକ୍ତି ମିଳିଛି ବୋଲି ଉତ୍ତର ଦେଇପାରିଲେଣି ବିଧାୟକ ।ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ପାଲଲହଡା ବିଧାୟକ ଙ୍କ ପ୍ରଶ୍ନ କୁ ଠକି ଦେଲେ।ମୁଖ୍ୟମନ୍ତ୍ରୀ ଙ୍କୁ ନ୍ୟାୟ ମାଗୁଛନ୍ତି ବିସ୍ଥାପିତ।

Square Ad 1
Leave A Reply

Your email address will not be published.