ଅନୁଗୁଳ ଜିଲ୍ଲାର ଜଣେ ଅଧିକାରୀ ଆଜି ରାଜ୍ୟ ସରକାରଙ୍କ 5T ରେ ବଳି ପଡିଛନ୍ତି । ସେ ହେଲେ ଅନୁଗୋଳ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ । ନିର୍ବାହୀ ଯନ୍ତ୍ରୀ ପ୍ରାଣ କୃଷ୍ଣ ପ୍ରସାଦ ୨୦୧୫ ମସିହାରେ କଟକ ଭିଜିଲାନସ ବିଭାଗ ଦ୍ଵାରା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୮ ତାରିଖରେ ପୁଣିଥରେ ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନସ ହାତରେ ଧରା ପଡ଼ିଥିଲେ । ସରକାର ତାଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଦର୍ଶାଇ ଆଜି ତାଙ୍କୁ ବାଧ୍ୟତାମୂଳକ ଭାବେ ଅବସର ନେବାକୁ ନିର୍ଦେଶ ଦେଇଛନ୍ତି ।

Next Post