Webportal

ଦେଶରେ ବଢ଼ୁଛି ଅବିବାହିତ ଯୁବକଙ୍କ ସଂଖ୍ୟା ; ୨୩ ପ୍ରତିଶତ ପହଞ୍ଚିଲା ଅନୁପାତ

sanitry
0 64

ଦେଶରେ ଗତ କିଛି ବର୍ଷରେ ଅବିବାହିତ ଯୁବକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଏହି ରିପୋର୍ଟ ସାମ୍ନାକୁ ଆସିଛି। ସର୍ବେକ୍ଷଣର ରିପୋର୍ଟ ମୁତାବକ ଦେଶରେ ୧୫-୨୯ ବର୍ଷ ବୟସର ଯୁବଗୋଷ୍ଠୀ ମଧ୍ୟରେ ଅବିବାହିତ ବ୍ୟକ୍ତିଙ୍କ ଅନୁପାତ ୨୦୧୯ରେ ବୃଦ୍ଧି ହୋଇ ୨୩ ପ୍ରତିଶତ ହୋଇଛି। ଯାହାକି ୨୦୧୧ରେ ୧୭.୨ ଥିଲା।

ରାଷ୍ଟ୍ରୀୟ ଯୁବ ନୀତି ଅନୁସାରେ ୨୦୧୪ରେ ୧୫ରୁ ୨୯ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତିଙ୍କୁ ଯୁବଗୋଷ୍ଠୀରେ ସାମିଲ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୨୦୧୧ର ରିପୋର୍ଟ ମୁତାବକ ଦେଶରେ ବିବାହ କରିନଥିବା ଯୁବକଙ୍କ ସଂଖ୍ୟା ୨୦.୮ ପ୍ରତିଶତ ରହିଥିଲା। ତାହା ୨୦୧୯ରେ ବୃଦ୍ଧି ହୋଇ ୨୬.୧ ପ୍ରତିଶତ ହୋଇଥିଲା। ସର୍ବେକ୍ଷଣ ରିପୋର୍ଟ ମୁତାବକ ବିବାହ କରିନଥିବା ମହିଳାଙ୍କ ସଂଖ୍ୟା ମଧ୍ୟ ଏହିଭଳି ବଢ଼ିବାରେ ଲାଗିଛି। ୨୦୧୧ର ରିପୋର୍ଟ ମୁତାବକ ଅବିବାହିତ ମହିଳାଙ୍କ ସଂଖ୍ୟା ୧୩.୫ ପ୍ରତିଶତ ଥିବା ବେଳେ ୨୦୧୯ରେ ଏହା ବୃଦ୍ଧି ହୋଇ ୧୯.୯ ପ୍ରତିଶତ ରହିଛି। ରିପୋର୍ଟ କହୁଛି ଜମ୍ମୁ ଓ କଶ୍ମୀରରେ ଅବିବାହିତ ଯୁବକଙ୍କ ସଂଖ୍ୟା ଅଧିକ ରହିଛି। ଏହା ପରେ ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ପଞ୍ଜାବ ରହିଛି।

ଅବଶ୍ୟ ସର୍ବେକ୍ଷଣରେ କୁହାଯାଇଛି ଯେ, ଦେଶରେ ଯୁବକଙ୍କ ସଂଖ୍ୟା ସମୟ ଅନୁସାରେ ବଢ଼ିବାରେ ଲାଗିଥିବା ଭାରତରେ ବଢ଼ୁଛି ଅବିବାହିତ ସଂଖ୍ୟା। ତେବେ ୨୦୧୧ ରୁ ୨୦୩୬ ମଧ୍ୟରେ ଏହି ବର୍ଗର ଯୁବଗୋଷ୍ଠୀଙ୍କ ସଂଖ୍ୟାରେ ହ୍ରାସ ଘଟିବ ବୋଲି କୁହାଯାଇଛି। ଦେଶରେ ୧୯୯୧ରେ ସମୁଦାୟ ଯୁବଗୋଷ୍ଠୀଙ୍କ ସଂଖ୍ୟା ୨୨ କୋଟି ୨୭ ଲକ୍ଷ ଥିବା ବେଳେ ଏହା ୨୦୧୧ ବେଳକୁ ୩୩ କୋଟି ୩୪ ଲକ୍ଷ ହୋଇଥିଲା। ୨୦୨୧ରେ ଭାରତର ଯୁବଗୋଷ୍ଠୀଙ୍କ ସଂଖ୍ୟା ୩୭ କୋଟି ୧୪ଲକ୍ଷ ଥିବା ଅନୁମାନ କରାଯାଉଥୀବା ବେଳେ ଏହା ୨୦୩୬ ବେଳକୁ ହ୍ରାସ ଘଟି ପାଖାପାଖି ୩୪ କୋଟି ହୋଇଯାଇଥିବ।

Square Ad 1
Leave A Reply

Your email address will not be published.