Webportal

ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଏ କି ପ୍ରକାର ନୀତି; ସମାନ ଦୋଷ ପାଇଁ ନେତାଙ୍କୁ ମାଫ, ସାଧାରଣ ଲୋକଙ୍କୁ ଜୋରିମାନା ଓ କେଶ

sanitry
0 137

ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରିଥିଲା ବିଏମସି । ଥାନାରେ ମାମଲା ବି ଦାୟର ହୋଇଥିଲା । ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ ହୋଇଥିଲା । କିନ୍ତୁ ଦେଖନ୍ତୁ ନୂଆବର୍ଷ ଅବସରରେ ସହରରେ ଲାଗିଥିବା ହୋର୍ଡିଂ ସବୁକୁ । ନୂଆ ବର୍ଷର ଶୁଭେଚ୍ଛା ଜଣାଇବାକୁ ବିଭିନ୍ନ ରାଜନୈତିକ ଦଳ ଭୁବନେଶ୍ୱରକୁ ପୋଷ୍ଟରରେ ଛାଉଣୀ କରିଦେଇଛନ୍ତି । ନୋ ହୋର୍ଡିଂ ଜୋନରେ ବିଭିନ୍ନ ରାଜନୈତିକ ଦଳର ବିଧାୟକ, କର୍ପୋରେଟର, ସ୍ଥାନୀୟ ନେତା. ଆଶାୟୀ ପ୍ରାର୍ଥୀ ନିଜ ନିଜର ବଡ ବଡ ପୋଷ୍ଟର କରି ସର୍ବସାଧାରଣ ସ୍ଥାନରେ ଲଗାଇଛନ୍ତି । ଏମାନଙ୍କ ସହ ନିଜର ଦଳର ବଡ ନେତାଙ୍କ ଫଟୋ ବି ରହିଛି । ଲାଗୁଛି ସହରର ସୁନ୍ଦରତା ପୋଷ୍ଟର ତଳେ ଲୁଚିଯାଇଛି । ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି , ନେତାଙ୍କ ପାଇଁ ବିଏମସିର ନିୟମ ଅଲଗା ଓ ସାଧାରଣ ଜନତାଙ୍କ ପାଇଁ ନିୟମ କଣ ଅଲଗା ଆଉ ମୋଗଲ ଶାସନ କଣ ଏମିତି ଥିଲା ନା ଏହାଠାରୁ ଆହୁରି ଖରାପ ଥିଲା।

Square Ad 1
Leave A Reply

Your email address will not be published.