ଆସନ୍ତା କୋଡିଏ ତାରିଖରେ ପାଟକୁରା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଯାହାର କାରଣ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ ଙ୍କର ସାଧାରଣ ନିର୍ବାଚନ ପୂର୍ବରୁ ଅକସ୍ମାତ ମୃତ୍ୟୁ।ଏହି ଉପନିର୍ବାଚନ ରେ ମୁଖ୍ୟ ପ୍ରତିଦ୍ବନ୍ଦିତା ଶାସକ ବିଜେଡି ପ୍ରାର୍ଥୀନୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ର ହେଭିଓଏଟ ନେତା ଶ୍ରୀ ବିଜୟ ମହାପାତ୍ର ଙ୍କ ମଧ୍ୟରେ ହେଉଛି। ଏହାକୁ ନେଇ ବିଭ୍ରାନ୍ତିକର ଧାରଣା ସୃଷ୍ଟି କରାଯାଉଛି ଯାହା ହେଲା ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଙ୍କୁ ବିଜେଡି ସମର୍ଥ କରିଥିବାରୁ ଏହି ଉପନିର୍ବାଚନ ରେ ବିଜେପି ଜାଣିଶୁଣି ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଚେଷ୍ଟା କରିବ ନାହିଁ କାରଣ ଏହା ଏକ ରାଜନୈତିକ ରାଜିନାମା ଯାହା ଫଳରେ ନବୀନ ପଟ୍ଟନାୟକ ବିଜୟ ମହାପାତ୍ରଙ୍କର ବିଧାନସଭା ଭିତରକୁ ବିଧାୟକ ଭାବେ ପ୍ରବେଶ ରୋକିବାରେ ସଫଳ ହେବେ କାରଣ ସେ ତାଙ୍କର ବଡ ରାଜନୈତିକ ଶତ୍ରୁ।କିନ୍ତୁ ସକାରାତ୍ମକ ଭାବେ ଚିନ୍ତା କଲେ ଜଣାପଡେ ଯେ ଗୋଟିଏ ରାଜ୍ୟସଭା ଆସନ ବିଜେଡି ପାଖରୁ କମିଗଲେ କି ବଢ଼ିଗଲେ ଦକକୁ କୌଣସି ପ୍ରକାର ଫରକ ପଡିବ ନାହିଁ କାରଣ ଶାସନ ଓଡ଼ିଶାରେ କରିବା ଦଳର ସ୍ପଷ୍ଟ ଆଭିମୁଖ୍ୟ ଓ ଦଳୀୟ ସାଂସଦ ମାନଙ୍କର କାମ ହେଲା ରାଜ୍ୟର ଦାବିକୁ ସଂସଦରେ ଉପସ୍ଥାପନ କରି ପୂରଣ କରାଇବା ଯାହା ପାଇଁ ଦଳର ଉଭୟ ଲୋକସଭା ଏବଂ ରାଜ୍ୟସଭା ରେ ଯଥେଷ୍ଟ ସାଂସଦ ଅଛନ୍ତି।କିନ୍ତୁ ବିଜେପିକୁ ଆବଶ୍ୟକ ବିଲ ପାସ କରାଇବା ପାଇଁ ରାଜ୍ୟସଭା ରେ ସାଂସଦ ସଂଖ୍ୟା ରେ ବୃଦ୍ଧି କରିବା ଦରକାର ହେଉଥିବାରୁ ଯଦି ତାକୁ ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ସିଟ ଦେଇ ତାର ପ୍ରତି ବଦଳରେ ନିଜ ରାଜ୍ୟ ପାଇଁ ଆବଶ୍ୟକ କେନ୍ଦ୍ରୀୟ ସାହାଯ୍ୟ ରଖିଛନ୍ତି ତାହା ହେଲେ ଏହା ମୁଖ୍ୟମନ୍ତ୍ରୀଙ୍କ ଗଭୀର ରାଜନୈତିକ ପରିପକ୍ଵତା ର ପରିଚୟ। ଆହୁରି ବିଜୟ ମହାପାତ୍ର ଙ୍କୁ ନବୀନ ପଟ୍ଟନାୟକ ଭୟ କରିବାର କିଛି କାରଣ ନାହିଁ କାରଣ ଜଣେ ହେଲେ ଲଗାତାର ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ ହେଲେ ଲଗାତାର ନିର୍ବାଚନ ରେ ହାରି ଆସୁଥିବା ବ୍ୟକ୍ତି ଯେ କି ନିଜର ରାଜନୈତିକ ଜୀବନ ଶେଷ ହେଇଯିବାର ଆଶଙ୍କାରେ ଅଛନ୍ତି ଯଦି ଏହି ଉପନିର୍ବାଚନ ରେ ହାରି ଯାଆନ୍ତି।ବିଜେପି ପକ୍ଷରୁ ମଧ୍ୟ କେବେ ବି ଆଶା କରାଯାଇ ନ ପାରେ ଯେ ପ୍ରତିଷ୍ଠା ର ବିଷୟ ହେଇ ସାରିଥିବା ଆସନ କୁ ନିଜ ହାତରେ ବଳି ପକାଇବାକୁ ଚାହିବେ। ଆଉ ଗୋଟେ ଅପପ୍ରଚାର ଚାଲିଛି କୁଆଡେ ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା ମହା ପ୍ରଭାବଶାଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହୁଁନାହାନ୍ତି ବିଜୟ ମହାପାତ୍ର ଜିତନ୍ତୁ, ସେମିତି ହେଇଥିଲେ ବୋଧହୁଏ ବିଜୟ ମହାପାତ୍ର ପୁନର୍ବାର ଦଳକୁ ଫେରିବା କଷ୍ଟ ହେଇଥାନ୍ତା। ତେଣୁ ଆଶା କରିବା ଉଚିତ ଯେ ଉଭୟ ଦଳ ନିଜ ନିଜ ପୁରା ସାମର୍ଥ୍ୟ ରେ ନିର୍ବାଚନ ଲଡିବେ।ଏଠି ଆମେ କହି ରଖିବାକୁ ଚାହୁଁଚୁ କି ଶାସକ ବିଜେଡି ପକ୍ଷରୁ ବରିଷ୍ଠ ନେତା ମାନେ ପାଟକୁରା ରେ ଡେରା ପକେଇ ବସିଛନ୍ତି ଓ ବିଜେପି ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକ ମାନେ ଜୋରସୋରରେ ପ୍ରଚାର କରୁଥିବା ଦେଖାଯାଉଛି। ଗତ ସାଧାରଣ ନିର୍ବାଚନ ତୁଳନାରେ ବିଜେଡିର ଲୋକପ୍ରିୟତା ସାମାନ୍ୟ ହ୍ରାସ ପାଇଥିବା ଜଣାପଡୁଛି ଯାହା ବିଜେପି ପାଇଁ କେତେ ସହାୟକ ହେବ ତାହା ଉପନିର୍ବାଚନ ପଳାଫଳ ଆସିବା ପରେ ହିଁ ଜଣାପଡିବ।