Webportal

ନିର୍ବାଚନ ଖର୍ଚ୍ଚ ପରିଚାଳନା ସମୀକ୍ଷା

sanitry
0 128

ଭାରତ ର ନିର୍ବାଚନ କମିଶନଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲା ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିୟୋଜିତ ଅହମଦାବାଦ ର ଆୟକର ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟୁତ ତ୍ରିବେଦୀ ଗତ ଦୁଇ ଦିନ ହେବ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପରିଦର୍ଶନ କରି ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ନିୟୋଜିତ ବିଭିନ୍ନ ଦଳ ସହିତ ଆଲୋଚନା କରିଛନ୍ତି।ଆଜି ଆୟୋଜିତ ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ଯୋଗ ଦେଇ ଫ୍ଲାଇଂ ସ୍ୱାଡ, ସ୍ତାଟିକ ସର୍ଭେଲାନ୍ସ ଟିମ ଓ ଭିଡିଓ ଭିଇନଂ ଟିମରେନିୟୋଜିତ ଅଧିକାରୀ ଓ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ସହ ନିର୍ବାଚନ ଖର୍ଚ୍ଚର ସଠିକ ହିସାବ ଓ ଏହାର ସଠିକ ପରିଚାଳନା ପାଇଁ ବିଭିନ୍ନ ଦଳ ମଧ୍ୟରେ ସୂଚନା ଆଦାନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।ଓ ନିର୍ବାଚନ କୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା ପାଇଁ ସମସ୍ତେ ନିଜର ଦାଇତ୍ଵ ଓ କ୍ଷମତା ସମ୍ପର୍କରେ ଅବଗତ ହେବାକୁ ପରାମର୍ଶ ଦେଇଥିଲେ।ପରେ ଅଭିଯୋଗ ତଦାରଖ ନିୟନ୍ତ୍ରଣ କକ୍ଷ ଓ ପ୍ରାର୍ଥୀ ପତ୍ର ଦାଖଲ କାର୍ଯ୍ୟ କୁ ପରିଦର୍ଶନ କରିଥିଲେ ଓ ଜିଲ୍ଲାପାଳଙ୍କ ସହ ଜିଲ୍ଲାର ସମସ୍ତ ପାଞ୍ଚଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ନିର୍ବାଚନ ବିଭାଗ ଦ୍ଵାରା କରାଯାଇଥବା ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।

Square Ad 1
Leave A Reply

Your email address will not be published.