Webportal

ଦେଶରେ କମୁଛି ଆତଙ୍କବାଦୀ ଘଟଣା

sanitry
0 138

ପୂର୍ବ ଦଶନ୍ଧି ତୁଳନାରେ ଚଳିତ ଦଶନ୍ଧି ଏପ୍ରିଲ ୨୦୦୯ ରୁ ଜୁନ ୨୦୧୯ ମଧ୍ୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ଉଲେଖନୀୟ ଭାବେ ହ୍ରାସ ପାଇଛି ଯାହାର ମୁଖ୍ୟ କାରଣ ହେଉଛି ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି, ଏହାର ମୁକାବିଲା ପାଇଁ ସୁରକ୍ଷା ବାହିନୀର ପ୍ରଭାବୀ ଏବଂ ଲଗାତାର କାର୍ଯ୍ୟାନୁଷ୍ଠାନ।ଦେଶର ଆଭ୍ୟନ୍ତରୀଣ କ୍ଷେତ୍ରରେ ପୂର୍ବ ଦଶନ୍ଧି ରେ ୭୧ ଟି ତୁଳନାରେ ଚଳିତ ଦଶନ୍ଧି ରେ ୨୧ ଟି ଆତଙ୍କବାଦୀ ଆକ୍ରମଣ ହୋଇଛି ଯାହା ୭୦% କମ।ଅନୁରୂପ ଭାବେ ଜାମୁ କାଶ୍ମୀରରେ ସମାନ ସମୟରେ ୨୩୨୯୦ ଟି ତୁଳନାରେ ୩୧୮୭ ଟି ଆତଙ୍କବାଦୀ କାର୍ଯ୍ୟକଳାପ ସଂଘଟିତ ହୋଇଛି ଯାହା ୮୬% କମ।୨୦୧୮ ତୁଳନାରେ ଚଳିତ ବର୍ଷ ର ଅଧା ଅବଧି ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ୨୮% ହ୍ରାସ ହେଇଥିବା ବେଳେ ସୁରକ୍ଷାବାହିନୀ ର କାର୍ଯ୍ୟାନୁଷ୍ଠାନ ୫୯% ବୃଦ୍ଧି ପାଇଛି।ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଗୁଇନ୍ଦା ଓ ସୁରକ୍ଷାବହିନୀ ମଧ୍ୟରେ ନିବିଡ ତଥା ପ୍ରଭାବୀ ସମନ୍ୱୟ ରହିଛି। ବହୁମୁଖୀ ସଂସ୍ଥା କେନ୍ଦ୍ର କୁ ସୁଦୃଢ ଓ ପୁନଃ ସଂଗଠିତ କରାଯାଇଛି ଯାହା ଫଳରେ ଏହା ଚବିଶ ଘଣ୍ଟା ଆଧାରରେ କାର୍ଯ୍ୟ କରି ସଠିକ ସମୟରେ ସମ୍ପୃକ୍ତ କେନ୍ଦ୍ର ଓ ରାଜ୍ୟ ସଂସ୍ଥା ଗୁଡିକୁ ଗୁଇନ୍ଦା ସୂଚନା ପ୍ରଦାନ କରି ପାରୁଛି।ଆତଙ୍କବାଦ ସଂକ୍ରାନ ମାମଲା ର ତଦନ୍ତ ପାଇଁ ଜାତୀୟ ତଦନ୍ତ କାରୀ ସଂସ୍ଥା କୁ ସୁଦୃଢ କରାଯାଇଛି।ଆତଙ୍କବାଦୀ କାର୍ଯ୍ୟକଳାପ ର ମୁକାବିଲା କରିବା ପାଇଁ ରାଜ୍ୟ ସବୁ ସ୍ୱତନ୍ତ୍ର ବାହିନୀ ଗଠନ କରିଛନ୍ତି।ରାଜ୍ୟ ମାନଙ୍କର ସହାୟତା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହୀନି ଓ ଜାତୀୟ ସୁରକ୍ଷା ବାହିନୀ କୁ ଦେଶର ବିଭିନ୍ନ ପ୍ରାନ୍ତରେ ମୁତୟନ କରାଯାଇଛି।ଆତଙ୍କବାଦୀ ମାମଲାରେ ଗୁଇନ୍ଦା ସୂଚନା ଯୋଗାଇ ଦେବା ଓ ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ସଂସ୍ଥା ଗୁଡିକ ପକ୍ଷରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏ ସମସ୍ତ ସୂଚନା ଲୋକସଭା ରେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡି ଦେଇଛନ୍ତି।

 

 

Square Ad 1
Leave A Reply

Your email address will not be published.