Webportal

କଙ୍ଗାରୁ କୋର୍ଟରେ ଦଣ୍ଡିତ

sanitry
0 353

ଅନୁଗୋଳ ଜିଲ୍ଲାର ଅାଠମଲ୍ଲିକ ଅଞ୍ଚଳରେ ଗ୍ରାମବାସୀଙ୍କ ଦ୍ବାରା କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ନୀରିହ ପରିବାର । ସରକାରୀ ଜମି ଜବର ଦଖଲ ଅଭିଯୋଗରେ ପରିବାର ଉପରେ ଆକ୍ରମଣ କରି ଘରଦ୍ୱାର ପୋଡିଦେଲେ ଓ କଲେଜ ପଢୁଆ ଝିଅକୁ ଦୁଷ୍କର୍ମ ସହ ପୁରା ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ପୀଡିତ ଓ ଜୀବନ ଭୟରେ ଭିଟାମାଟି ଛାଡି ଅନ୍ୟ ଗାଁରେ ମୁଣ୍ଡ ଗୁଞ୍ଜିଛନ୍ତି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ମଦନପୁରର ମକୁନ୍ଦ ମହାକୁଡଙ୍କ ପରିବାର ।ସରକରୀ ଜମି ଜବରଦଖଲ ଅଭିଯୋଗର ବୈଠକରେ ମୁକୁନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ଗାଁ ଲୋକେ ତାଙ୍କ ଘରଦ୍ୱାର ଭଙ୍ଗାରୁଜା କରିବା ସହ, ଧାନ, ଚାଉଳ ପୋଡି ଛାରାଖାର କରିଦେଇଛନ୍ତି । ମୁକୁନ୍ଦ ନିଜ ଘର ଡିହକୁ ଲାଗିକି ଥିବା ୪ ଡିସିମିଲ ସରକାରୀ ଜମିକୁ ଦଖଲ କରିଥିଲେ । ଯେଉଁଥିପାଇଁ ଗ୍ରାମବାସୀ ଏପରି ସଜ୍ଜା ଦେଇଛନ୍ତି । ଏ ନେଇ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ପିଡ଼ିତ । ଅନ୍ୟପଟେ ଏହି ଘଟଣାକୁ ଆଠମଲ୍ଲିକ ଓକିଲ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସେପଟେ ଏକ ଶାନ୍ତି ମିଟିଂ କରଛିି ପ୍ରଶାସନ। ଆଠମଲ୍ଲିକ ବିଡିଓ ଘଟଣାକୁ ସ୍ୱୀକାର କରି ଏହା ନିନ୍ଦନୀୟ ବୋଲି କହିବା ସହ ଗ୍ରାମବାସୀଙ୍କ ଏଭଳି ଅନ୍ୟାୟ ଅତ୍ୟାଚାରକୁ ନାପସନ୍ଦ କରିଛନ୍ତି ।

Square Ad 1
Leave A Reply

Your email address will not be published.