Webportal

ଫୁଣି ବଢ଼ିଲା ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

sanitry
0 112

ଆସନ୍ତା ଅଗଷ୍ଟ ଚାରି ତାରିଖରେ ଶେଷ ହେବାକୁ ଥିବା ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଜଷ୍ଟିସ ଏମ ଏମ ଦାସ କମିଶନଙ୍କ କାର୍ୟ୍ଯକାଳ ପୁନର୍ବାର ଛଅ ମାସ ପାଇଁ ଫେବ୍ରୁଆରୀ ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏହାକୁ ମିଶାଇ ରାଜ୍ୟ ସରକାର ଦ୍ୱାଦଶ ଥର ପାଇଁ ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ ଅବଧିକୁ ବଡାଇଛନ୍ତି।ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।ସୂଚନାଯୋଗ୍ୟ ଯେ ଚିଟଫଣ୍ଡ କମିଶନ ଇତିମଧ୍ୟରେ ସାତଟି ଅନ୍ତରୀଣ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ୪୨୧ଟି ଚିଟଫଣ୍ଡ କମ୍ପାନୀ ର ଅନିମିୟତା ର ତଦନ୍ତ ହୋଇ ଥିବା ବେଳେ ମୋଟ ୪୯୭୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି ଓ ସେଥିମଧ୍ୟରୁ ୧୯୩୧ ଜଣ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ମିଳିଛି।ଚିଟଫଣ୍ଡ ଅନିମିୟତା ର ତଦନ୍ତ ଓ ଜମାକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାର ୨୦୧୩ ଜୁଲାଇରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ।

Square Ad 1
Leave A Reply

Your email address will not be published.