ଅନୁଗୁଳ ଜିଲ୍ଲାର ସମଲ ଥାନା ଅନ୍ତଗତ ଗହମ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ସେ ହେଲେ ପାଲଲହଡା ଶିଗଡ ଗ୍ରାମର ମାନୁଚରଣ ପ୍ରଧାନ ଯିଏ ସକାଳୁ ନିଜ ହିରୋହୋଣ୍ଡା ମୋଟର ସାଇକେଲରେ ଅନୁଗୁଳ ଅଞ୍ଚଳର ଏକ ଘରୋଇ କମ୍ପାନୀରେ ଅଫିସ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ପବିତ୍ର ନଗର ନିକଟସ୍ଥ ଗହମ ଗାଁ ଠାରେ ବାଙ୍କ ରାସ୍ତାରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲେ ଓ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ସମଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।