ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ସ୍ୱେଚ୍ଛାସେବୀ ସଂଗଠନ ସ୍ପନ୍ଦନ ଓ ମା ଆଦିଶକ୍ତି କ୍ଲବ ଅମାନ୍ତପୁର, ବଳରାମ ପ୍ରସାଦ ମିଳିତ ସହଯୋଗରେ ଅମାନ୍ତପୁର ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ନାଲକୋ ହସ୍ପିଟାଲ ଡାକ୍ତର ପି.କେ ରାଉତରାୟ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ଅବସରରେ ଗ୍ରୀଷ୍ମକାଳୀନ ରକ୍ତଦାନର ମହତ୍ବକୁ ସମସ୍ତେ ଉପଲବ୍ଧ କରାଇଥିଲେ । ସ୍ୱେଚ୍ଛାକୃତ ରକ୍ତଦାତା ଓ ଅନୁଷ୍ଠାନର ସଦସ୍ୟ ମାନଙ୍କର ଉଦ୍ ଯୋଗକୁ ସାଧୁବାଦ ଜଣାଇଥିଲେ । ଅନୁଗୋଳ ଡାକ୍ତର ଭଜମନ ପାଲ ରକ୍ତଦାତା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ରମଣି ରଂଜନ ଗଡ଼ନାୟକ ଓ ରକ୍ତ ଭଣ୍ଡାରର ଅନ୍ୟାନ୍ୟ କର୍ମଚାରୀ ମାନେ ରକ୍ତ ଦାନରେ ସାହାଯ୍ୟ କରିଥିଲେ । ଓଁ ମା ଆଦିଶକ୍ତି କ୍ଲବର ସମ୍ପାଦକ ଅଜିତ କୁମାର ଖୁଣ୍ଟିଆ ରାଜେସ୍ ସାହୁ ଅନିଲ ସାହୁ ପ୍ରମୁଖ ଉପସ୍ଥିତ ପୂର୍ବକ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ସମୁଦାୟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।