ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଘଟଣ,ଗାଁ କୁ ରାସ୍ତା ନଥିବାରୁ ଶବ କୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ସମ୍ପର୍କୀୟ। ଏ କେଉଁ ଅପନ୍ତରା ଗାଁଆ ର କଥା ନୁହେଁ ଖୋଦ ଜଳେଶ୍ବର ମୁନସିପାଲଟିର ୧୬ ନମ୍ବର ଓ୍ଵାର୍ଡ ମଣିପଟଣା ଗାଁଆ ର କଥା। ଦୁଇ ଦିନ ତଳେ ଜଳେଶ୍ବର-ଚନ୍ଦନେଶ୍ଵର ରାସ୍ତାର ତାଳବଣିଆ ଠାରେ ଏକ ସଡ଼କ ଦୁର୍ଘଟଣାରେ ଗ୍ରାମର ସତ୍ୟବ୍ରତ ଜେନାଙ୍କର ମ୍ରୂତ୍ଯୂ ହୋଇ ଥିଲା ଓ ଆଜି ମ୍ରୁତ ଦେହ ବ୍ୟବଛେଦ ପରେ ଗାଁ କୁ ଆମ୍ବୁଲାନ୍ସ ନେଇ ଆସିଥିବା ବେଳେ ପଦ୍ମ ପୋଖରୀ ଠାରୁ ଆଗକୁ ରାସ୍ତା ନ ଥିବାରୁ ଯାଇ ପାରି ନଥିଲା ଓ ସମ୍ପର୍କୀୟ ମାନେ କାନ୍ଧରେ ସତ୍ୟ ବ୍ରତର ଶବକୁ ଦୁଈ କିମି କାନ୍ଧରେ ଗାଁଆ କୁ ନେଇଥିଲେ। ଗାଁ ଟି ଜଳେଶ୍ବର ମୁନସିପାଲଟିର ୧୬ ନମ୍ବର ଓ୍ଵାର୍ଡ ହୋଇ ଥିଲେ ମଧ୍ୟ ଏହା ସମ୍ପୁର୍ଣ ବିଛିନ୍ନାଂଚଳ ପାଲଟିଛି। ଶିକ୍ଷା , ସ୍ଵାସ୍ଥ୍ୟ , ପାନୀୟ ଜଳ , ଗମନା ଗମନ ଓ ବିଜୁଳି ଆଲୁଅ ପରି ଆବଶ୍ୟକତା ଏବେ ବି ସେଠାରେ ଅପହଂଚ।