Webportal

ଆଜି ବି ଭୟଙ୍କର ରାଗିଙ୍ଗ ର ସମ୍ମୁଖିନ ହେଉଛନ୍ତି ଉଚ୍ଚଶିକ୍ଷା ର ଛାତ୍ର ଛାତ୍ରୀ,ମେଡିକାଲ ଛାତ୍ରଙ୍କୁ କରାଗଲା ରାଗିଙ୍ଗ

sanitry
0 162

ଦେଶରେ ଆଜି ଦିନରେ ଏଭଳି ଲଜ୍ୟାଜନକ ଆଉ ଭୟଙ୍କର ଘଟଣା ସାମନାକୁ ଆସିଛି ଯାହା ଜାଣିବା ପରେ ଅଭିଭାବକ ମହଲରେ ନିଜ ନିଜ ପିଲାମାନେ ଉଚ୍ଚଶିକ୍ଷା ପାଇଁ ବାହାରେ ରହୁଥିବା ସମୟରେ ମାତ୍ରାଧିକ ଚିନ୍ତାର କାରଣ ହେବ।ଆଜି ଉତ୍ତରପ୍ରଦେଶର ଇଟାବା ଅଞ୍ଚଳର ସେଫାଇ ସ୍ଥିତ ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ ଆୟୁର୍ବେଦିକ ମେଡିକାଲ କଲେଜ ର ପ୍ରଥମ ବର୍ଷର ପ୍ରାୟ ୧୫୦ ଜଣ ଡାକ୍ତରୀ ଛାତ୍ରଙ୍କୁ ମୁଣ୍ଡ ନଣ୍ଡା କରି ଏକ ପ୍ରକାର ପୋଷାକରେ ମୁଣ୍ଡ ତଳକୁ କରି ହଷ୍ଟେଲ ରୁ କ୍ଲାସ ଓ କ୍ଲାସ ରୁ ହଷ୍ଟେଲ ଯିବା ଆସିବା କରିବା ଏବଂ ତା ସହିତ ସିନିଅର ମାନଙ୍କୁ ଦେଖିଲେ ସାଲୁଟ କରୁଥିବା ଦେଖାଗଲା।ଅନୁସନ୍ଧାନ ରୁ ଜଣା ପଡିଲା ଯେ ସେମାନଙ୍କୁ ଉପର କ୍ଲାସ ର ଛାତ୍ର ମାନଙ୍କ ଦ୍ୱାରା ରାଗିଙ୍ଗ କରାଯାଇ ଏପରି ନିର୍ଦ୍ଦେଶ ଦିଆଯାଇଛି ଯାହାକୁ ପ୍ରଥମ ବର୍ଷର ଛାତ୍ର ମାନେ ଭୟରେ ମାନୁଛନ୍ତି।ମିଡ଼ିଆ ବିଶ୍ୱବିଦ୍ୟାଳୟ ର ଭାଇସ ଚାନ୍ସଲରଙ୍କୁ ଏ ବିଷୟରେ ପଚାରିବାରୁ ସେ ପ୍ରଥମେ ଏହା ଏକ ସାଧାରଣ କଥା କହି ଏଡ଼ାଇ ଯାଇଥିଲେ ଓ ପରେ ଘଟଣାର ତଦନ୍ତ କରି ପଦକ୍ଷେପ ନେବା କଥା କହିଥିଲେ।ଏଠାରେ ପ୍ରଶ୍ନ ଉଠୁଛି କି ସୁପ୍ରିମକୋର୍ଟ ର ଶକ୍ତ ନିୟମାବଳୀ ସତ୍ତ୍ୱେ ଏଭଳି ରାଗିଙ୍ଗ କେମିତି ହେଉଛି।ବିଶ୍ୱ ବିଦ୍ୟାଳୟ ର ଭାଇସ ଚାନ୍ସଲର କିପରି ଘଟଣାକୁ ସାଧାରଣ ଭାବରେ ନେଉଛନ୍ତି।ଉଚ୍ଚ ଶିକ୍ଷା ପାଇଁ ଯାଇଥିବା ଛାତ୍ର ମାନଙ୍କର ଏହାଦ୍ୱାରା ମନୋବଳ ଭାଙ୍ଗି ଯିବ ନାହିଁ ତ।ଅଭିଭାବକ ମାନଙ୍କ ମନକୁ ଅକଳ୍ପନିୟ କଷ୍ଟ ଆସୁଥିବ ନିଶ୍ଚୟ।ଦୋଷୀ ମାନଙ୍କୁ ଦଣ୍ଡ ଯାହା ବି ମିଳୁ କିନ୍ତୁ ଏପରି ଘଟଣାର ପୁନରାବୃତ୍ତି ନ ହେବା ଆବଶ୍ୟକ।ଗୋଟିଏ କଥା ନିଶ୍ଚିତ ଯେ ଆଇନ ପ୍ରଣୟନ ହେଲେ ଖାଲି ହେବନି ଲୋକଙ୍କ ଦ୍ୱାରା ତାହାର ପାଳନ କରିବା ଆବଶ୍ୟକ।

Square Ad 1
Leave A Reply

Your email address will not be published.