ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିବା ନେଇ ଦେଶର ପ୍ରମୁଖ ଗୁଇନ୍ଦା ସଂସ୍ଥା ଗୁଡ଼ିକ ରିପୋର୍ଟ ଦେଇଛନ୍ତି।ପ୍ରାୟ ୧୦୦ରୁ ଅଧିକ ପାକିସ୍ତାନୀ ଓ ଆଫଗାନି ଆତଙ୍କବାଦୀଙ୍କୁ ପାକ-ଅଧିକୃତ କାଶ୍ମୀରର ଲିପାଭ୍ୟାଲି ରେ ପାକିସ୍ତାନ ଠୁଳ କରିଥିବା ଗୁଇନ୍ଦା ରିପୋର୍ଟ ରେ କୁହାଯାଇଛି ଯେଉଁଥିରେ ଜୈସ ଇ-ମହମ୍ମଦ, ଲସ୍କର-ଇ-ତୋଇବା ଆଦି ସଂଗଠନ ର ଆତଙ୍କବାଦୀ ଅଛନ୍ତି।ଏମାନେ କେବଳ କାଶ୍ମୀର ନୁହେଁ, ରାଜଧାନୀ ନୂଆଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର ପ୍ରଭୃତି ବଡ଼ ବଡ଼ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରେ କୁହାଯାଇଛି।ଭାରତରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ବଡାଇବାକୁ ଗତ ୧୯ ଓ ୨୦ ତାରିଖରେ ପାକିସ୍ତାନ ଅଧିକୃତ କାଶ୍ମୀରର ବାହବଲପୁର ଠାରେ ଜୈସ କମାଣ୍ଡର ମାନଙ୍କ ଏକ ବଡ଼ ବୈଠକ ହୋଇଥିଲା ଯେଉଁଥିରେ ମାସୁଦ ଆଝାରର ଭାଇ ମୁଫତି ରୌଫ ଅସଗର ଯୋଗ ଦେଇଥିଲା।