ନାଲକୋ କଲୋନୀର ଅଫିସର କ୍ଲବ ମଧ୍ୟରେ ଥିବା ସ୍ୱିମିଙ୍ଗ ପୋଲରେ କନିଷ୍ଠ ଯନ୍ତ୍ରୀଙ୍କର ସନ୍ଧେହ ଜନକ ଭାବରେ ମୃତ୍ୟୁ ।ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀର ଅଫିସର କ୍ଲବ ମଧ୍ୟରେ ଥିବା ସ୍ୟୁମିଙ୍ଗ ପୋଲକୁ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଦୀପ ( ୨୫ ) ସ୍ନାନ କରିବା ପାଇଁ ୩ ଜଣ ବନ୍ଧୁ ଙ୍କ ସହ ଯାଇଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ହଠାତ ହିମାଂଶୁ ନିଖୋଜ ହୋଇ ଯାଇଥିଲେ । ବନ୍ଧୁ ମାନେ ମିଶି ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଉକ୍ତ ବିଷୟରେ ବନ୍ଧୁ ମାନେ ନାଲକୋ କଲୋନୀ ରେ ନିଯୁକ୍ତ ଠିକା ସୁରକ୍ଷା କର୍ମୀଙ୍କୁ ଅବଗତ କରାଇ ଥିଲେ । ବୁଡି ଯାଇଥିବାର ସନ୍ଧେହ କରି ପ୍ରଥମେ ବନ୍ଧୁ ମାନେ ଓ ସୁରକ୍ଷା କର୍ମୀ ନାଲକୋ ଅଗ୍ନିଶମ କେନ୍ଦ୍ର ସହ ଯୋଗାଯୋଗ କରିଥିଲେ । ଅଗ୍ନୀଶ୍ରମ କର୍ମଚାରୀ ଦଉଡି ଓ ଲୁହା ଫନ୍ଦା ଦ୍ୱାରା ପ୍ରାୟ ୨ ଘଣ୍ଟା ୩୦ ମିନିଟ ଗଭୀର ଜଳରେ ଖୋଜିଖୋଜି ପରେ ଶବ ଉଦ୍ଧାର କରିଥିଲେ । ସୂଚନା ଅନୁଯାୟୀ ନାଲକୋର ବରିଷ୍ଠ ଅଧିକାରୀ ରାଜାରାମ ମିଶ୍ର ଗଭୀର ଜଳ ମଧ୍ୟରେ ମୃତ ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ଶବ କୁ ଉଦ୍ଧାର କରିଥିଲେ । ପରେ ନାଲକୋ ଥାନା ଅଧିକାରୀ ପହଂଚିବା ପରେ ଶବକୁ ଆମ୍ବୁଲାନ୍ସ ଜରିଆରେ ନାଲକୋ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ଉକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ହିମାଂଶୁ ଦୀପ୍ ଙ୍କର ଦୃଘଟଣା ଜନିତ ମୃତ୍ୟୁ କି ଆତ୍ମହତ୍ୟା ନା ହତ୍ୟା ତାହା ପୋଲିସ ତଦନ୍ତ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳୁଅଛି ।