ଅନୁଗୁଳ ଜିଲ୍ଲା ଜରପଡା ଥାନା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ଅାଜି ପ୍ରକାଶ ପାଇଛି।କୁଶକିଳା ଗାଁର ରାଜ କିଶୋର ସାହୁଙ୍କ ପୁଅ ଓ ପୁତୁରାଙ୍କ ହତ୍ୟା ମାମଲାର ବିଚାରର ଶେଷ ଦିନରେ ସମସ୍ତ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଅନୁଗୋଳ ଜିଲ୍ଲା ଓ ଦୈରାଜଜ୍ ଅଶାନ୍ତ କୁମାର ଦାସ ଅଭିଯୁକ୍ତ ଝସକେତନ ରାଉତଙ୍କ ବିରୋଧରେ ଥିବା ତଥ୍ୟ ପ୍ରମାଣକୁ ଭିତ୍ତିକରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଗାମୀ ତାରିଖରେ ଦଣ୍ଡବିଧାନ କରିବେ ବୋଲି ଜଣା ପଡ଼ିଛି ।