Webportal

ମହାଡମ୍ବରରେ ପାଳିତ ହେଉଛି ଦେବୀ ଦୁର୍ଗାଙ୍କ ପୂଜା

sanitry
0 256

ଦେବୀ ଦଶଭୁଜାଙ୍କ ପୂଜା ଉତ୍ସବ ପାଇଁ ସବୁଠି ଉତ୍ସବର ମାହୋଲ । ମାଙ୍କୁ ଆରାଧନା କରି ମାଙ୍କ ସାନିଧ୍ୟ ପାଇବାକୁ ସମସ୍ତେ ଆଗଭର । ଆଜି ମଣ୍ଡପ ମାନଙ୍କରେ ଦେବୀ ଦୁର୍ଗାଙ୍କ ନବମୀ ପୂଜା କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ ମାଙ୍କର ନବମୀ ପୂଜା ଆରମ୍ଭ ହୋଇଛି । ସୂର୍ଯ୍ୟପୂଜା, ମଙ୍ଗଆଳତି ପରେ ଷୋଡଶ ଉପଚାରରେ ମାଙ୍କୁ ପୂଜା କରାଯାଉଛି । ଏହା ସହିତ ସବୁ ମଣ୍ଡପରେ ଚଣ୍ଡୀପାଠ ଚାଲିଛି । ଏଥିପାଇଁ ଅନୁଗୋଳ ସହରର ମଣ୍ଡପ ମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସବୁ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ମାଙ୍କ ନବମୀ ପୂଜା । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି । ସହରର ୧୦ ଟି ସ୍ଥାନରେ ଦେବୀ ଦୁର୍ଗାଙ୍କୁ ଆରାଧନା କରାଯାଉଛି । ଏଥର ଅମଲାପଡା , ଶିମିଳିପଡା, ହେମସୁରପଡା ହୁଲୁରିଶିଙ୍ଘା ଓ ଦଶହରା ପଡିଆକୁ ଛାଡି ଦେଲେ ଅନେକ ମଣ୍ଡପରେ ହରପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।ଏପଟେ ପୂଜା ପାଇଁ ସନ୍ଧ୍ୟା ହେବା କ୍ଷଣି ମଣ୍ଡପମାନଙ୍କରେ ଭିଡ ବଢି ଯାଉଛି । ମାଙ୍କ ଦର୍ଶନ କରିବା ସହ ପରିବାର ସହ ପୂଜା ବୁଲୁଛନ୍ତି ସମସ୍ତେ । ପୂଜା ଭିଡକୁ ନଜରରେ ରଖି ଦଶହରା ପଡିଆରେ ପଡିଛି ମିନା ବଜାର । ଦୋଳି ଖେଳ ସାଙ୍ଗକୁ ଚାଟ ଓ ଗୁପଚୁପ ଖାଇବାର ମଜା ନେଉଛନ୍ତି ପୂଜା ବୁଲିଆସୁଥିବା ଲୋକେ । ଏହାଛଡା କେତେକ ମଣ୍ଡପରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।ବରଷକେ ଥରେ ମାଙ୍କ ପୂଜାରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ କେହିବି ହାତ ଛଡା କରୁ ନାହାଁନ୍ତି । ପୂଜାରେ ସରକାରୀ ଛୁଟିଥିବାରୁ କର୍ମଜୀବୀମାନେ ପୂଜାର ଭରପୁର ମଜା ଉଠାଉଛନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ଦଶମୀ ପୂଜା କରାଯିବ । ପୂଜାପରେ କରାଯିବ ଘଟ ବିସର୍ଜନ ।

Square Ad 1
Leave A Reply

Your email address will not be published.