ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଗମ୍ଭାରିଗୁଡ଼ା ପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା, ସ୍ବାମୀ ପରୀତକ୍ତ୍ୟା ମାଳତୀ ପାଣ୍ଡେ ଙ୍କ ଶରୀର ଅସୁସ୍ଥ ଥିବା ଯୋଗୁଁ ମୃତ୍ୟୁ ଘଟିଲା ପରେ ତାଙ୍କ ଦୁଇ ଭାଇ ପୁରୁଷୋତ୍ତମ ପାଣ୍ଡେ ଓ ଟେକା ପାଣ୍ଡେ ମାଳତୀ ଙ୍କ ଶବ ସତ୍କାର କରିବାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ଗ୍ରାମବାସୀ ଙ୍କ ସହ ଏହି ପରିବାର ର ସମ୍ପର୍କ ଭଲ ନଥିବା ଯୋଗୁଁ କେହି ଆସିଲେ ନାହିଁ ଏବଂ ସାହାଯ୍ୟ କରିବାକୁ ମନା କଲେ।ଦୁଇ ଭାଇ ରାତି ସାରା ସାହାଯ୍ୟ ର ଅପେକ୍ଷା କରିଲେ କିନ୍ତୁ କେହି ନ ଆସିବାରୁ ଅନ୍ୟ ଉପାୟ ନ ପାଇ ଦୁଇ ଭାଇ ସାଇକେଲ ରେ ଶବ କୁ ସ୍ମଶାନ ନେବାକୁ ନିଷ୍ପତି ନେଲେ ଏବଂ ସାଇକେଲ ରେ ବୋହି ଗ୍ରାମ ସ୍ମଶାନ କୁ ନେଇ ଶବ ସତ୍କାର କରିଥିଲେ,ଶବ ନେବା ସମୟରେ ମୋବାଇଲ ରେ ଭିଡ଼ିଓ କରିବା ସହ ଉପହାସ କରୁଥିବା ର ଅମାନବିକ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜିର ସଭ୍ୟ ସମାଜରେ ।