Webportal

ଅସାବଧାନ ଗାଡିଚାଳନା ପାଇଁ ଗଲା ଦୁଇ ମୂଲ୍ୟବାନ ଜୀବନ

sanitry
0 399

ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ମୁଣ୍ଡାସାହି ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ମୃତ। ପ୍ରାପ୍ତ ସୂଚନା ଅନୁଯାୟୀ ମୁଣ୍ଡାସାହି ଛକ ନିକଟରେ ଏକ ଟ୍ରକ ଖରାପ ହୋଇ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ସମ୍ବଲପୁର ଆଡୁ ଆସୁଥିବା ଏକ ପରିବା ବୋଝେଇ ପିକଅପ ଭ୍ୟାନ ଭୋର ପ୍ରାୟ ୫ ଟା ସମୟରେ ତାକୁ ପଚ୍ଛରୁ ଧକ୍କା ହୋଇଥିଲା ଯାହା ଫଳରେ ପିକଅପ ଭ୍ୟାନରେ ଥିବା ଦୁଇଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ଦେଓଗାଁ ର ଦିଲ୍ଲୀପ କର ଏବଂ ସମ୍ବଲପୁର ଜିଲ୍ଲାର ଗୋଲକନଗର ଅଞ୍ଚଳର ଦୋଳମଣି ନେହୁଲ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Square Ad 1
Leave A Reply

Your email address will not be published.