Webportal

କାଠ ସହିତ ନମ୍ବର ବିହୀନ ଗାଡି ଜବତ

sanitry
0 148

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ବନବିଭାଗ ଲକ୍ଷାଧିକା ଟଙ୍କାର ଶାଳ କାଠ ଗଣ୍ଡି ସହିତ ଚୋରାଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଓ କଟର ମେସିନକୁ ଜବତ କରିଛି । ଛେଣ୍ଡିପଦା ବନ‍ାଞ୍ଚଳ ର କୋଶଳା ସେକସନର ୨ନଂ ବିଟର କର୍ମଚାରୀ ମାନେ ଶୁକ୍ରବାର ରାତିରେ ବ୍ରାହ୍ମଣବିଲ ଅଂଚଳରେ ପେଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲରୁ ଏକ ଟ୍ରାକ୍ଟରରେ ଶାଳକାଠ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥଲେ । ବନବିଭାଗକୁ ଦେଖି ମାଫିଆ ମାନେ ଟ୍ରାକ୍ଟର ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।ବନବିଭାଗ କର୍ମଚାରୀ ଉକ୍ତ ଟ୍ରାକ୍ଟର ସମେତ ସେଥିରେ ଥିବ‍ ୫ ଖଣ୍ଡ ଶାଳକାଠ ଜବତ କରିବା ସହିତ କାଠ କାଟିବା ପାଇଁ ବ୍ୟବହୃତ ହେଉଥିବା କଟର ମେସିନକୁ ଜବତ‍ କରିଥିଲେ ।ଏ ନେଇ ଫରେଷ୍ଟର ପ୍ରତାପ ପ୍ରଧାନ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଯାରୀ ରଖିଛନ୍ତି । ବନାଂଚଳ ଅଧିକାରୀ ମନମୋହନ ସ୍ବାଇଁ କୁହନ୍ତି ଚୋରା ଚାଲାଣ ବେଳେ ବ୍ୟବହୃତ ଏକ ନମ୍ବର ବିହିନ ଟ୍ରାକ୍ଟରକୁ ଜବତ କରାଯାଇଛି ।ଉକ୍ତ ଟ୍ରାକ୍ଟରର ସମ୍ପର୍କରେ ସବିଶେଷ ତଥ୍ୟ ନିମନ୍ତେ ଆଞ୍ଚଳିକ ପରିବହନ କର୍ଯ୍ୟାଳୟକୁ ଚିଠି କରାଯାଇଛି । ସେଠାରୁ ତଥ୍ୟ ମିଳିବା ପରେ କାଠ ମାଫିଆ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରଯିବ ।ଏହି କାଠ ମାଫିଆ ମାନେ ଜଙ୍ଗଲରୁ ଦୁଇଟି ୪୦ବର୍ଷରୁ ଉର୍ଦ୍ଧ୍ବ ଶାଳଗଛ କାଟି ୨୪ ସିଫ୍ଟ ଶାଳ କାଠ ଗଣ୍ଡି ଚୋରୀ କରି ନେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପ୍ରକାଶ କରିଛନ୍ତି ।

Square Ad 1
Leave A Reply

Your email address will not be published.