Webportal

ଜମି ଅଧିଗ୍ରହଣର ବିରୋଧକାରୀଙ୍କ ପ୍ରତି ଏସ୍ପିଙ୍କ କଠୋର ଆଭିମୁଖ୍ୟ, ସ୍ଥାନୀୟ ବିଧାୟକ ଗିରଫ, ପ୍ରତିବାଦରେ ତାଳଚେର ବନ୍ଦ

sanitry
0 269

ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲା ର ଭାଲୁଗାଡ଼ିଆ ରେ ଏମସିଏଲ(MCL} ର ହିଙ୍ଗୁଳା କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ପାଇଁ ଉଛେଦ ପ୍ରକ୍ରିୟା ସମୟରେ ସ୍ଥାନୀୟ ଲୋକଙ୍କ ଦାବୀପୁରଣ କୁ ନେଇ ବିରୋଧ ଓ ସେଥିରେ ସ୍ଥାନୀୟ ଶାସକ ଦଳର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ଦ୍ୱାରା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନାଙ୍କ ସହ ଉଚବାଚ ପରେ ଆରକ୍ଷୀ ଅଧିକ୍ଷକ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଓ ବିଧାୟକଙ୍କ ସମେତ କିଛି ପ୍ରଦର୍ଶନକାରୀଙ୍କୁ ପୋଲିସ ଘଟଣା ସ୍ଥଳରୁ ଉଠାଇ ନେଇଥିଲେ ଏବଂ ଏ ପର୍ଯ୍ୟନ୍ତ ସେମାନେ ହିଙ୍ଗୁଳା ପ୍ରୋଜେକ୍ଟ ଅଫିସରେ ଅଟକ ଅଛନ୍ତି।ଏହି ଗିରଫ ପ୍ରତିବାଦରେ ଆଜି ବିଧାୟକଙ୍କ ସମର୍ଥକ ବାର ଘଣ୍ଟିଆ ତାଳଚେର ବନ୍ଦ ପାଳନ କରୁଛନ୍ତି, ଯେଉଁଥିରେ ତାଳଚେର ରେ ସରକାରୀ ବେସରକାରୀ ସମସ୍ତ କାର୍ଯ୍ୟ ଏକରକମ ଠପ ହୋଇଯାଇଛି।ଏଠି ପ୍ରଶ୍ନ ଉଠେ ଯେ ଜଣେ ଅନୁଭବୀ ଲୋକପ୍ରତିନିଧିଙ୍କର ପ୍ରଶାସନ ଓ ଏମ୍ସିଏଲ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରହିଲା ନାହିଁ କାହିଁକି? ଲୋକପ୍ରତିନିଧି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ମଧ୍ୟରେ ସର୍ବସାଧାରଣରେ ଉଚବାଚ ହେବା ଏକ ଭୁଲ ସଂଦେଶ ନୁହେଁ କି? ଲୋକଙ୍କ ହିତରେ କାମ କରୁଥିବା ବିଧାୟକଙ୍କ ଦ୍ୱାରା ନିଜେ ଗିରଫଦାରୀରୁ ବଞ୍ଚିବା ପାଇଁ ତାଳଚେର ବନ୍ଦ କରି ସେହି ଲୋକମାନଙ୍କୁ ହଇରାଣ କରିବା କେତେଦୂର ଉଚିତ?ଏବେ ଦେଖିବାକୁ ରହିଲା ଏଭଳି ଘଟଣା ପରେ ଦଳୀୟ ଭାବମୂର୍ତି ପାଇଁ ବିଧାୟକଙ୍କ ଉପରେ ଖଣ୍ଡା ପଡିବ ନା ରାଜନୈତିକ ଚାପରେ ଆରକ୍ଷୀ ଅଧିକ୍ଷକ ଅନ୍ୟତ୍ର ସ୍ଥାନାନ୍ତର ହେବେ।

Square Ad 1
Leave A Reply

Your email address will not be published.