Webportal

ବିଧାୟକଙ୍କ ମାର୍ଗଦର୍ଶନ ଅଭାବରୁ ବିଶୃଙ୍ଖଳା ସୃଷ୍ଟି କରି ତାଳଚେର ଯୁବ ବିଜେଡି ସଭାପତି ସମେତ ପାଞ୍ଚ ଗିରଫ

sanitry
0 432

ଗତକାଲି ତାଳଚେର ବନ୍ଦ ପାଳନ ସମୟରେ ଏମସିଏଲ.ର ବିଭିନ୍ନ କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରି ଲକ୍ଷାଧିକ ସମ୍ପତ୍ତି ନଷ୍ଟ କରିବା,କାର୍ଯ୍ୟରତ କର୍ମଚାରୀଙ୍କୁ ଧମକଚମକ ଦେବା, ଖଣିରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସୃଷ୍ଟି କରିବା ଆଦି ଅଭିଯୋଗରେ ତାଳଚେର ପୋଲିସ ଯୁବ ବିଜେଡି ସଭାପତି ମନୋଜ ସାହୁଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ବିଜେଡିର ଆହୁରି ପ୍ରାୟ ୧୫ ଜଣଙ୍କ ନାମରେ ଏମସିଏଲ କର୍ତ୍ତୃ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅନ୍ୟମାନେ ଗିରଫ ଭୟରେ ଫେରାର ହୋଇ ଯାଇଛନ୍ତି l ଗତ ସୋମ ବାର ଦିନ ଭାଲୁଗାଡ଼ିଆ ଗ୍ରାମର ନାଏକ ସାହି ଉଚ୍ଛେଦ ସମୟରେ ବିଧାୟକ ଏଵଂ ଗ୍ରାମବାସୀ ଙ୍କ ବିରୋଧ ପରେ ପୋଲିସ ସମସ୍ତଙ୍କୁ ଅଟକ ରଖିଥିଲା l ଏହାପରେ ବିଧାୟକଙ୍କ ସମର୍ଥକମାନେ କୋଇଲାଖଣିରେ ବନ୍ଦ ଆନ୍ଦୋଳନ କରିବାସହ ବୁଧବାର ତାଳଚେର ବନ୍ଦ କରିଥିଲେ ଓ ଦବଂଗ ଗିରି ଦେଖାଇ ଏମସିଏଲ ଜଗନ୍ନାଥ ଗେଷ୍ଟ ହାଉସ, ଅନନ୍ତ ଟାଇମ ଅଫିସ,ଭରତପୁର ଟାଇମ ଅଫିସ,ଜଗନ୍ନାଥ ପ୍ରୋଜେକ୍ଟ ଅଫିସରେ ଭଙ୍ଗାରୁଜା କରି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିବା ସହ କର୍ମଚାରୀଙ୍କୁ ଧମକଚମକ ଦେଇଥିଲେ l ସେହିପରି ଭରତପୁର ଓସିପି ରେ କୋଇଲା ଉତ୍ପାଦନ ଓ ପରିବହନ ଆଦିକୁ ବଳପୂର୍ବକ ବନ୍ଦ କରିଥିବାର ଏମସିଏଲ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା l ଅନ୍ୟପକ୍ଷେ ଏହି ଘଟଣାରେ ସମ୍ପୃକ୍ତ ରହି ଫେରାର ହୋଇ ଯାଇଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାକୁ ତନାଘନା ଚଳାଇଛି l ଅନୁଗୋଳ ଏସପି ସ୍ୱୟଂ ନିଜେ ଏହାକୁ ତଦାରଖ କରୁଥିବାର ଜଣାପଡିଛି ।

Square Ad 1
Leave A Reply

Your email address will not be published.