Webportal

ପରାକିୟା ପ୍ରୀତି ପାଇଁ ନିଜ ଜନ୍ମିତ ଶିଶୁପୁତ୍ରର ହତ୍ୟାବରଦାସ୍ତ କଲା ମା

sanitry
0 336

ପ୍ରେମରେ ଅନ୍ଧ ହୋଇ ନିଜ ଜନ୍ମିତ ପୁତ୍ରକୁ ପ୍ରେମିକ ହାତରେ ହତ୍ୟା ହେବା ସହିଲା। ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ସହରରେ।ଏହି ଘଟଣାରେ ରାୟଗଡା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବେନେଶ୍ୱର ସ୍ଥିତ ନୀଳାଦ୍ରି ବିହାର ଅଞ୍ଚଳରେ ନିଜ ସ୍ୱାମୀଙ୍କ ସହ ରହୁଥିବା ମିନା ଦାସର ଅଭିଯୁକ୍ତ ପାର୍ଥ ସାରଥି୍ ସହ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା।ଗତ ୨୪ତାରିଖ ଦିନ ମିନା ଦାସ ନିଜ ସ୍ୱମୀଙ୍କୁ ଛାଡି ପ୍ରେମୀକଙ୍କ ପାଖକୁ ରାୟଗଡା ଆସିଥିଲେ।ସାଙ୍ଗରେ ପୁଅକୁ ଆଣିଥିବାରୁ ପ୍ରେମିକ ରାଗିବା ସହ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା।ତେବେ ପାର୍ଥ ସାରଥୀ ଅତ୍ୟଧିକ ରାଗି ଯାଇ ମିନାଙ୍କ ପୁଅ ଉପରକୁ ଆକ୍ରମଣ କରିବାରୁ ୨ବର୍ଷର ଶିଶୁପୁତ୍ର ପ୍ରାଣ ଚାଲିଯାଇ ଥିଲା।ଶବ ଵ୍ୟଵ ଛେଦ ପରେ ରିପୋର୍ଟରେ ପୁଅର ଶରୀରରେ କ୍ଷତଚିନ୍ହ ରହିଥିବା ପୋଲିସ ପାଇଥିଲେ।ଏହି ଘଟଣାକୁ ନେଇ ପୋଲିସ ନିଜଆଡୁ ତଦନ୍ତ କରିବା ସହ ମିନା ଦାସ ଓ ପାର୍ଥସାରଥୀ ଧଳକୁ ଅଟକ ରଖି ପଚରାଉଚରା କରିଥିବା ବେଳେ ହତ୍ୟାର ରହସ୍ୟ ଦୁହେଁ ବଖାଣି ଥିଲେ ପୋଲିସ ଆଗରେ।

Square Ad 1
Leave A Reply

Your email address will not be published.