Webportal

ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ବୈଠକରେ ଜିଲ୍ଲାପାଳ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ ସାମନାକୁ ଆସିଲା ମତପାର୍ଥକ୍ୟ

sanitry
0 148

ଜିଲ୍ଲା ଖଣିଜ ପାଣ୍ଠିର ସପ୍ତମ ବୋର୍ଡ ଅଫ୍‌ ଟ୍ରଷ୍ଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅନୁଦାନ ଖର୍ଚ୍ଚ କରିବା ସହ ଚଳିତ ବର୍ଷ ପାଇଁ ଏକ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୂର୍ବ ବୈଠକର ନିଷ୍ପତ୍ତି ଅନୁଯାୟୀ ହୋଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ନ ଥିବାରୁ ଲୋକ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରି ବିଗିଡିଥିଲେ ଥିଲେ । ୨୦୧୫ ମସିହାରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ଜିଲା ଖଣିଜ ପାଣ୍ଠି ଯୋଜନାରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଅର୍ଥର ସୁବିନିଯୋଗ ଉପରେ ଢେଙ୍କାନାଳ ଏମ୍‌ପି ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ଜିଲା ଖଣିଜ ପାଣ୍ଠିରୁ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲା ଖଣିଜ ପାଣ୍ଠିରେ ବର୍ତ୍ତମାନ ସୁଦ୍ଧା ୧୨୦୮.୪୨ କୋଟି ଟଙ୍କା ସଂଗ୍ରହ ହୋଇଛି । ସେଥିମଧ୍ୟରୁ ମୋଟ ୧୦୯୮.୯୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ବାବଦରେ ମଞ୍ଜୁର ହୋଇଛି । ଏଥିରେ ଉଚ୍ଚ ଅଗ୍ରାଧିକାର ସେକ୍ଟରରେ ୧୮୧୪ଟି ପ୍ରକଳ୍ପ ଓ ଅନ୍ୟାନ୍ୟ ଅଗ୍ରାଧିକାର ସେକ୍ଟରରେ ୧୧୦୪ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ୧୬୨୭ଟି ପ୍ରକଳ୍ପ ଶେଷ ହୋଇଥିବାବେଳେ ୭୫୨ଟି ଚାଲୁ ରହିଛି ଓ ୫୪୨ଟି କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେବେ ଟଙ୍କା ଥାଇ ମଧ୍ୟ ଖର୍ଚ୍ଚ କରାଯାଇ କାମ ସଂପୂର୍ଣ୍ଣ କରା ଯାଉ ନଥିବାରି ଅଧିକାଂଶ ବିଭାଗ ଉପରେ ଲୋକ ପ୍ରତିନିଧି ମାନେ ବିଗିଡି ଥିଲେ । ଏପରିକି କିଛି ବିଭାଗ କାମରେ ସନ୍ତୁଷ୍ଟ ନ ହେବା ଯୋଗୁଁ କାମ ଅନ୍ୟ ବିଭାଗ ହାତକୁ କାମ କରିବାକୁ ନିର୍ଦେଶ ଦିଆ ଯାଇଛି । ଚଳିତ ବୈଠକରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ଗମନା ଗମନ ଉପରେ ଗୁରୁତ୍ଵ ଦିଆ ଯାଇଥିଲା । ଯେଉଁ ବିଭାଗ ସେମାନଙ୍କ କମ ମନ୍ଥର ଗତିରେ କରୁଛନ୍ତି ସେମାନଙ୍କୁ ଡିସେମ୍ବର ମାସ ଯାଏ ସମୟ ଦିଆ ଯାଇଛି । ଯଦି ତାପରେ ମଧ୍ୟ କାମ ନ କରା ଯାଏ ତେବେ ବିଭାଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଅନୁଗୋଳ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଆଲୋଚନା ବେଳେ ଜିଲ୍ଲାପାଳ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ ତୁ ତୁ ମେ ମେ ମଧ୍ୟ ହୋଇଥିଲା । ଲୋକ ପ୍ରତିନିଧୀମାନେ ଏକ ସୁନ୍ଦର ଷ୍ଟାଡିୟମ ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିବା ବେଳେ ଜିଲ୍ଲାପାଳ କେବଳ ମରାମତି ହେଉ ବୋଲି ଚାହୁଁ ଥିଲେ । ଯାହାକୁ ନେଇ କଥା କଟାକଟି ହୋଇଥିଲା ।

Square Ad 1
Leave A Reply

Your email address will not be published.