ଅନୁଗୁଳ ଜିଲା ଛେଣ୍ଡିପଦା ବନାଂଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଂଚଳରୁ ରବିବାର ରାତି ୯ଟା ବେଳେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଜଣେ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରିବା ସହିତ ତାଠାରୁ ୫ କିଗ୍ରା ମାଂସ ସହିତ ଶିକାରରେ ବ୍ୟହୃତ ଜିଆଇ ତାର ଓ ଟାଙ୍ଗିଆକୁ ଜବତ କରାଯାଇଛି ।ଶିକାରୀ ହେଲେ ବଡକେରେଜେଙ୍ଗ ପଂଚାୟତ ବଅଁରଡିହ ଗ୍ରାମର ବିରଞ୍ଚି ଦେହୁରୀ । ବନବିଭାଗ ସୂତ୍ରରୁ ପ୍ରକାଶ ଜାମୁଣ୍ଡା ବିଟର ବଅଁରଡିହ ଗ୍ରାମରେ ବାରାହା ଶିକାର ହୋଇଥିବା ଖବର ପାଇ ଛେଣ୍ଡିପଦା ବନାଂଚଳ ଅଧିକାରୀ ଓ ଫରେଷ୍ଟର ପ୍ରମୁଖ ଚଢାଉ କରି ବିରଂଚି ଦେହୁରୀ ଗୁରୁଡିହା ଜଙ୍ଗଲରୁ ଜିଆଇ ତାରରେ ଫାସ ବସାଇ ବାରାହା ଶିକାର କରିବା ସହିତ କାଟି ଏକ ବ୍ୟାଗରେ ମାଂସ ଓ ମୁଣ୍ଡ ନେଇ ଆସୁଥିବା ବେଳେ ଗିରଫ କରିଥିଲେ। ଏ ନେଇ ବନବିଭାଗ ପକ୍ଷରୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଜାରି ରହିଛ ବୋଲି ବନାଂଚଳ ଅଧିକାରୀ ପ୍ରକାଶ କରିଛନ୍ତି ।