Webportal

ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ

sanitry
0 229

ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଆଜି ଅନୁଗୋଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ସର୍କିଟ ହାଉସ୍ ସମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଯୋଗ ଦେଇ ଛୋଟ ପିଲାମାନଙ୍କର ଭବିଷ୍ୟତ କୁ ଦୃଷ୍ଟିରେ ରଖି ସରକାରଙ୍କର ଉଦ୍ଦେଶ୍ୟ ମୁତାବକ ସମ୍ମିଳିତ ଭାବେ ଦାୟିତ୍ବ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ପିଲାମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଯେଉଁଠି ନିଜସ୍ବ ଗୃହ ନାହିଁ ନିକଟସ୍ଥ ବିଦ୍ୟାଳୟରେ ପାଠ ପଢାଇବାକୁ ପରାମର୍ଶ ଦେଇଥିଲେ । ଅସମ୍ପୂର୍ଣ୍ଣ ବା ସମସ୍ତ ଅଂଗନୱାଡି କେନ୍ଦ୍ର ଗୁଡିକର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସାରିବାକୁ ପରାମର୍ଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ପିଲାମାନଙ୍କୁ ନିଜର ପିଲା ଭାବି ସନ୍ତୁଳିତ ଆହାର ଦେଇ ସେମାନଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ନିମନ୍ତେ ସମ୍ମିଳିତ ଭାବେ ଦାୟିତ୍ବ ନିର୍ବାହ କରିବାକୁ ବିଭାଗୀୟ କର୍ମକର୍ତ୍ତୀକୁ ସେ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ ପଦାଧିକାରୀ ମାନେ ନିୟମିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ଖାଦ୍ୟ,ପୋଷାକ ପତ୍ର ଓ ପାଠପଢାକୁ ଅନୁଧ୍ୟାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅସମ୍ପୂର୍ଣ୍ଣ ଅଂଗନୱାଡି କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ପ୍ରଦାନ କରିବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସଶକ୍ତିକରଣ ନିମନ୍ତେ ବିଶେଷ ଗୁରୁତ୍ବ ଦେଉଛନ୍ତି । ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଖୋଲିବ ସ୍ଵୟଂ ସହାୟକ ଗୋଷ୍ଠୀ ହାଟ ।ବିଭାଗୀୟ କର୍ମଚାରୀମାନେ ନିୟମିତ ଅଂଗନୱାଡି କେନ୍ଦ୍ର ଗୁଡିକୁ ପରିଦର୍ଶନ କରି ବିଭିନ୍ନ କର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ।ଗର୍ଭବତୀ ମହିଳା ଓ ଅପପୃଷ୍ଟିର ଶିକାର ହେଉଥୁବା ପିଲାମାନଙ୍କ ପାଇଁ ଅନେକ ଅଭିନବ କାର୍ଯ୍ୟକ୍ରମ ଚାଲୁଛି ବୋଲି ଜିଲ୍ଲାପାଳ ମନ୍ତ୍ରୀଙ୍କୁ ଅବଗତ କରିଥିଲେ ।ଡାକ୍ତରଖାନାରେ ପ୍ରସବ ଉପରେ ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିବା ସହ
ପିଲାମାନଙ୍କୁ ସୁଷମ ଖାଦ୍ୟ ଓ ଟୀକାକରଣ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଥଲେ । ଏହି ବୈଠକରେ ଯୋଗ ଦେଇଥିବା ଅନୁଗୋଳ ବିଧାୟକ ତଥା ବିଧାନସଭା ଉପ-ବାଚଷ୍ପତିଙ୍କ ପ୍ରତିନିଧି ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ, ଢେଙ୍କାନାଳ ସାସଂଦଙ୍କ ପ୍ରତିନିଧି ଶ୍ରୀ ସୁନିଲ କୁମାର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ପ୍ରତିନିଧି ଶ୍ରୀ ଦିନେଶ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର ସଠିକ୍ ପରିଚାଳନା ଉପରେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ସମାଜ ମଂଗଳ ବିଭାଗର ପ୍ରୋଗ୍ରାମ ଅଫିସର ଝିଲି ଖଟୁଆ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଜିଲ୍ଲାରେ ବର୍ତ୍ତମାନ ୦-୬ ବର୍ଷର ୧ ଲକ୍ଷ ୪୫ ହଜାର ୬୯୦ ଜଣ ଶିଶୁ ୧୬୫୪ ଟି ଅଂଗନୱାଡି କେନ୍ଦ୍ର ଓ ୩୨ଟି ମିନି ଅଂଗନୱାଡି କେନ୍ଦ୍ରରେ ପାଠ ପଢୁଛନ୍ତି । ସମୁଦାୟ ୧୬୫୪ଟି ମଧ୍ୟରୁ ୯୯୪ଟି ନିଜସ୍ବ ଗୃହ,୩୫୪ଟି ସ୍କୁଲ ଗୃହ,୧୧୦ଟି ଭଡା ଗୃହ, ୧୪୫ଟି ଗୋଷ୍ଠୀ କେନ୍ଦ୍ର ଗୃହ ଓ ୫୧ଟି ଅନ୍ୟତ୍ର ଚାଲୁଅଛି । ଜିଲ୍ଲାରୁ ଅପପୃଷ୍ଟି ଦୂର କରିବା ନିମନ୍ତେ ସ୍ଵାସ୍ଥ୍ୟ,ପଞ୍ଚାୟତରାଜ,ଗ୍ରାମ୍ୟ ଜଳ ଓ ପରିମଳ,ପ୍ରାଣୀ ସମ୍ପଦ,ଉଦ୍ୟାନ,କୃଷି ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଚାଲୁଛି । ପାଳଲହଡା ଓ ଆଠମଲ୍ଲିକର ଉପାନ୍ତ ଅଂଚଳରେ ଅଧିକ ଅପପୃଷ୍ଟି ପିଲା ଥୁବାରୁ ସେମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲୁଛି । ଜିଲ୍ଲାରେ ୧୫ଟି ସ୍ଵୟଂସହାୟକ ଗୋଷ୍ଠୀ
ଦ୍ଵାରା ଛତୁଆ,ଅଣ୍ଡା ଓ ସୂଜି ଲଡୁ ବିଭିନ୍ନ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି।ଟୀକାକରଣ କାର୍ଯ୍ୟକ୍ରମ ଶତକଡା ୯୯ ପ୍ରତିଶତ ଥିବାବେଳେ ପ୍ରାକ୍ ବିଦ୍ୟାଳୟଉପସ୍ନାନ ଶତକଡା ୯୬ ପ୍ରତିଶତ ଅଛି ।ଏହାକୁ ଶତ ପ୍ରତିଶତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମମତା ଯୋଜନାରେ ୨୦୧୭ ମସିହା ଜାନୁୟାରୀ ମାସରୁ ବର୍ତ୍ତମାନ ସୁଦ୍ଧା ୪୦୧୨୬ ଜଣ ହିତାଧୁକାରୀ ସାମିଲ ହୋଇ ୪୦୧୨୦ ଜଣ ପ୍ରଥମ କିସ୍ତି ପାଇବା ବେଳେ ୨୪୪୬୮ ଜଣକ ମଧ୍ୟରୁ ୨୪୪୬୫ ଜଣକୁ ୨ୟ କିସ୍ତି ପ୍ରଦାନ କରାଯାଇଛି । ମିଶନଶକ୍ତି କାର୍ଯ୍ୟକ୍ରମରେ ୨୧୩୨୩ଟି ଗୋଷ୍ଠୀରେ ୨୪୪୮୧୩ ସଦସ୍ୟ ସାମିଲ ହୋଇ ୮ ହଜାର ୩୧୨ଟି ଦଳକୁ ୧୫ ହଜାର ଲେଖାଏଁ ସମୁଦାୟ ୧୨କୋଟି ୪୬ ଲକ୍ଷ ୮୦ ହଜାରସିଡ୍ ମନି ପ୍ରଦାନ କରାଯାଇଛି । ଏଲ୍ ପି ଓ ଶ୍ରୀ ପ୍ରଦୀପ ନାୟକ ସମନ୍ବିତ ଶିଶୁ ସୁରକ୍ଷା ଯୋଜନା, ଶିଶୁ ଯନ୍ନ ଅନୁଷ୍ଠାନ,ବିଜୁ ଶିଶୁ ସୁରକ୍ଷା ଯୋଜନା,ସୁକନ୍ୟା ଯୋଜନା ଓ ବିଜୁ କନ୍ୟାରନ୍ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଆଲମା ବରୁଆ, ଜିଲ୍ଲା ଶିଶୁ ସୁରକ୍ଷା ଅଧୁକାରୀ ଶ୍ରୀ ଗୌରୀ ଶଂକର ବେହେରା, ଶିଶୁ ଯନ୍ତ୍ରୀ ସୁରକ୍ଷା ଅଧୁକାରିଣୀ ଝରଣା ନାୟକ ଓ ମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରମୋଦ ମିଶ୍ରଙ୍କ ସମେତ ସମସ୍ତ ସି ଡି ପି ଓ, ସୁପରଭାଇଜର ଓ ସୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ ।ପୂର୍ବାହ୍ନରେ ମନ୍ତ୍ରୀ ମହିଧରପୁରର ୨ଟି ଓ ଖଲାରୀର ୩ଟି ଅଂଗନୱାଡି କେନ୍ଦ୍ର ପରିଦର୍ଶନ କରି ଅପପୃଷ୍ଟିକୁ କମାଇବା ନିମନ୍ତେ ନିଆଯାଉଥୁବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ । ମମତା ଯୋଜନାରେ ଠିକ୍ ସମୟରେ ଅର୍ଥ ରାଶି ପାଉଛନ୍ତି କି ନାହିଁ ହିତାଧିକାରୀମାନଙ୍କୁ ପଚାରି ବୁଝିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ସମ୍ପର୍କରେ ସେମାନଙ୍କ ସହ ବାର୍ତ୍ତାଳାପ କରିବା ସହ ଯୋଗାଣ ହେଉଥୁବା ଛତୁଆର ମାନ ଜାଣିବା ପାଇଁ ନିଜେ ସେ ଏହାକୁ ଖାଇଥିଲେ । ପୂର୍ବରୁ ମନ୍ତ୍ରୀ ଆଦୃତା ଶିଶୁ ଗୃହ ପରିଦର୍ଶନରେ ଯାଇ ଏହାର ପରିଚାଳନା ସମ୍ପର୍କରେ ଅବଗତ ହେବା ସହ ପିଲାମାନଙ୍କ
ସହିତ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ ।

Square Ad 1
Leave A Reply

Your email address will not be published.