Webportal

ରାଜ୍ୟସ୍ତରୀୟ ଜୁନିୟର କବାଡି ପ୍ରତିଯୋଗିତା ଅନୁଷ୍ଠିତ

sanitry
0 300

ଅନୁଗୁଳ ଜିଲ୍ଲା ଏନଟିପିସି ଟିଟିପିଏସ ର ତାଳଚେର ଥର୍ମାଲ ଶକ୍ତି ଷ୍ଟାଡିୟମରେ ୪୬ତମ ରାଜ୍ୟ ସ୍ତରୀୟ ଜୁନିଅର କବାଡି ର ଶୁଭ ଉଦଘାଟନ ତାଳଚେର ଉପଜିଲ୍ଲାପାଳ ଶ୍ରୀ ପରେଶ ଚନ୍ଦ୍ର ନାୟକଙ୍କ ଦ୍ୱାରା ହୋଇ ଯାଇ ଅଛି ଯେଉଁଥିରେ ସାରା ରାଜ୍ୟର ୨୫ଟି ବାଳକ ଓ ୧୭ଟି ବାଳିକା ଟିମ ଭାଗ ନେଇଛନ୍ତି। ମାର୍ଚ୍ଚ ପାଷ୍ଟ, ପତାକା ଉତୋଳନ, ଦୀପ ପ୍ରଜ୍ୱଳନ ଓ ଓଡିଶୀ ନୃତ୍ୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ସଭାରେ ଉଦବୋଧନ ଦେଇ ଉପ ଜିଲ୍ଲାପାଳ ତାଳଚେର ଥର୍ମାଲର ଏହି ମହନୀୟ କାର୍ଯ୍ୟ ର ଭୁୟସୀ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକର ବ୍ୟବହାରରୁ ଦୁରେଇ ରହିବା ପାଇଁ ସି ଜି ଏମ ଶ୍ରୀ ତିୱାରୀ ଗୁରୁତ୍ୱ ଦେଇଥିଲେ।ଖେଳର ପ୍ରାଥମିକ ମ୍ୟାଚ ଅନୁଗୁଳ ବାଳକ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ବାଳକ ଟିମ ମଧ୍ୟ୍ୟରେ ହୋଇ ଥିଲା ଯେଉଁ ଥିରେ ରାଉରକେଲା ଟିମ ବିଜୟୀ ହୋଇ ଥିଲେ। ପ୍ରଥମ ବାଳିକା ମ୍ୟାଚ ପୁରୀ ଓ ନୂଆପଡା ମଧ୍ୟ୍ୟରେ ହୋଇ ଥିଲା ଯେଉଁ ଥିରେ ନୂଆପଡା ଦଳ ଜିତି ଥିଲେ।
ଶକ୍ତି ଷ୍ଟାଡିୟମର ସୁସଜ୍ଜିତ ରଙ୍ଗୀନ ପରିବେଶରେ ଏହି କ୍ରୀଡା ସମାରୋହ ଚାଲିଥିଲା।
ତାଳଚେର ଥର୍ମାଲରେ ଆରମ୍ଭ ହୋଇ ଥିବା ୪୬ତମ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତାର ୨ୟ ଦିନରେ ସମୁଦାୟ ୧୮ଟି ବାଳିକା ମ୍ୟାଚ ଖେଳା ଯାଇଛି. ଏହି ମ୍ୟାଚରେ ଗଞ୍ଜାମ, ସମ୍ବଲପୁର, ଭୁବନେଶ୍ୱର, କିଟ, ଯାଜପୁର, କଟକ, ପୁରୀ ଓ ଖୋର୍ଦ୍ଧା ଟିମ ପ୍ରି କ୍ୱାଟର ଫାଇନାଲ କୁ ଊର୍ଣ୍ଣିତ ହୋଇ ଛନ୍ତି ।ବାଳକ ବିଭାଗରେ ସମୁଦାୟ ୩୦ଟି ମ୍ୟାଚ ଖେଳାଯାଇଥିଲା।
୪୬ତମ ରାଜ୍ୟ ଜୁନିଅର କବାଡି ଚାମ୍ପିୟନର ଆଜି ଉଦଯାପନ ଉତ୍ସବ ତାଳଚେର ଥର୍ମାଲ ଶକ୍ତି ଷ୍ଟାଡିଅମରେ ବିପୁଳ ଜନ ସମାଗମ ମଧ୍ୟରେ ସମାପ୍ତ ହୋଇଛି।ଏନଟିପିସି ତାଳଚେର ଥର୍ମାଲ ର ସିଏସଆର ବିଭାଗ ତରଫରୁ ଏହି କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା।ଫାଇନାଲ ମ୍ୟାଚ ରେ ବାଳକ ବିଭାଗ ରେ କଟକ ଟିମ ଜଗତସିଂହପୁର କୁ ୪୬-୩୧ରେ ହରାଇ ଚାମ୍ପିୟନ ଓ ବାଳିକା ବିଭାଗ ରେ ଖୋର୍ଦ୍ଧା ଟିମ କୀଟ କୁ ୩୯-୨୫ରେ ହରାଇ ଚାମ୍ପିୟନ ହୋଇଛନ୍ତି। ଉଦଯାପନି ସମାରୋହ ରେ ଅନୁଗୁଳ ଜିଲ୍ଲା ଅତିରିକ୍ତ ଏସ୍ସି ଶ୍ରୀ ଯଦୁନାଥ ହାଁସଦା ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

Square Ad 1
Leave A Reply

Your email address will not be published.