ପ୍ରଥମେ କେନ୍ଦ୍ରରେ ଶାସକ ଏନଡିଏ ର ଅଂଶୀଦାର ନ ଥିବା ବିଜେଡି ଓ ଶିବସେନା ପରି ଦଳ ବିଲକୁ ସଂସଦରେ ସମର୍ଥନ ଦେଲେ।ପରେ ଏନଆରସି ଓ ସିଏଏ କୁ ନେଇ ପ୍ରଧାନମନ୍ତ୍ରୀ ସଫେଇ ଓ ଆଶ୍ୱାସନା ଦେବାପରେ ମଧ୍ୟ କଂଗ୍ରେସ ପକ୍ଷରୁ ମୁସଲମାନ ଭାଇମାନଙ୍କୁ ଏକତ୍ରିତ କରି ବିରୋଧ ଜାରି ରହିଛି,ଯାହା ଦେଶରେ ଖରାପ ବାତାବରଣ ସୃଷ୍ଟି କରୁଛି।ଆଜି ଏ ପରିପ୍ରେକ୍ଷୀରେ ଅନୁଗୁଳରେ କଂଗ୍ରେସ ନେତାଙ୍କ ସହିତ କିଛି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଏକ ରାଲିରେ ଆସି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଏକ ଜ୍ଞାପନ ପ୍ରଦାନ କରିଥିଲେ।ଏପରି ନ କରି ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଶାସକ ଦଳ ସହିତ ଖୋଲା ବିତର୍କ କରି ଯଦି ନ ବୁଝିଛନ୍ତି ତାହାହେଲେ ପୁରା ମାମଲା ବୁଝିବା ଦରକାର।