Webportal

ମାନସିକତାର ପରିବର୍ତ୍ତନ ହେବ କେବେ, ପୁଣି ଅଲୋଡା ହେଲା ଶିଶୁ କନ୍ୟା

sanitry
0 256

ଅନୁଗୁଳ ଜିଲ୍ଲାରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ଜନ୍ମ କଲା ପରେ ଅଳିଆ ଗଦାରେ କେହି ଫୋପାଡ଼ି ଦେଉଥିବା ବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ବିକ୍ରମପୁର ଥାନା ଟେଣ୍ଟୁଲୋଇ ଗାଁର ଏକ ନିଛାଟିଆ ଆବର୍ଜନା ଗଦାରେ ଏକ ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ । ଖୋଜିଲା ବେଳେ ଏକ ଶିଶୁକନ୍ୟା ଅଳିଆ ଗଦାରେ ପଡିଥିବା ଦେଖି ଶିଶୁ ମଙ୍ଗଳ କମିଟିକୁ ଖବର ଦେଇଥିଲେ । ଶିଶୁ ମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ଅଧିକାରୀ ଖବର ପାଇ ଘଟଣା ସ୍ଥଳରୁ ଶିଶୁକନ୍ୟାକୁ ଉଦ୍ଧାର କରୁଥିଲେ । ଶିଶୁଟିର ଅବସ୍ଥା ଭଲ ଥିବା ବେଳେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ତେବେ କିଏ ଓ କାହିଁକି ଶିଶୁକନ୍ୟା କୁ ଫୋପାଡି ଦେଇଛି ତାହା ଜଣା ପଡ଼ିନାହିଁ । ତଦନ୍ତ ପରେ ଘଟଣାର ସଠିକ ତଥ୍ୟ ମିଳିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା କହିଛନ୍ତି ।

Square Ad 1
Leave A Reply

Your email address will not be published.