Webportal

ନରହନ୍ତା ହାତୀକୁ କପିଳାସ ପଠାଇବାରେ ବନବିଭାଗ ସଫଳ

sanitry
0 184

ଅନୁଗୁଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ମଧ୍ୟ ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଥିଲା । ଢେଙ୍କାନାଳ କପିଳାସସ୍ଥିତି ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ ନିଆଯିବା ପାଇଁ ଟ୍ରକ୍‌ରେ ଚଢ଼ାଯିବା ପରେ ଦନ୍ତାହାତୀ ଚେନ ଛିଣ୍ଡାଇଦେବା ସହ ଟ୍ରକ୍‌ ଭାଙ୍ଗିଦେବାରୁ ବନ ବିଭାଗ ହାତୀକୁ ସ୍ଥାନାନ୍ତର କରି ପାରି ନଥିଲା । ତେବେ ହେଭି ଭେହିକିଲ୍‌ ମିଳିବା ପରେ ବୁଧବାର ହାତୀକୁ କପିଳାସ ରେସ୍‌କ୍ୟୁ ସେଣ୍ଟରକୁ ପଠାଇବା ବ୍ୟବସ୍ଥା ବନ ବିଭାଗ କରିଛି । ଉକ୍ତ ନରହନ୍ତା ଦନ୍ତାକୁ କାବୁ କରିବାକୁ ଶୁକ୍ରବାରଠାରୁ ବନ ବିଭାଗ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଥିଲା । ଟ୍ରାଙ୍କୁଲାଇଜ ପରେ ରାତିରେ ହାତୀକୁ ଚେନରେ ବାନ୍ଧି ଏମ୍‌ସିଏଲ୍‌ର କ୍ରେନ ସାହାଯ୍ୟରେ ଟ୍ରକ୍‌ ଉପରକୁ ଚଢ଼ାଯାଇଥିଲା । ତେବେ ଗୋଡ଼ରେ ବନ୍ଧା ହୋଇଥିବା ଚେନ ଦନ୍ତା ଛିଣ୍ଡାଇଦେବା ସହ ଟ୍ରକ୍‌ ଡାଲାକୁ ଭାଙ୍ଗି ଦେଇଥିଲା । ଫଳରେ ବିଭାଗୀୟ ଅଧିକାରୀ ହାତୀକୁ ଟ୍ରକ୍‌ରୁ ତଳକୁ ଓହ୍ଲାଇ ଦେବାକୁ ବାଧ୍ୟ ହୋଇଥିଲେ । ଆଜି ତାକୁ ହେଭି ଭେହିକିଲ୍‌ରେ ଲୋଡ କରାଯାଇ ଢେଙ୍କାନାଳ ଅଭିମୁଖେ ନିଆ ଯାଇଛି । ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହରରେ ଉତ୍ପାତ କରୁଥିଲା ।

Square Ad 1
Leave A Reply

Your email address will not be published.