Webportal

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେବେ ତିନି ସାହସୀ ଓଡ଼ିଆ ଝିଅ

sanitry
0 227

ଦିଲ୍ଲୀରେ ସମ୍ମାନିତ ହେବେ ସାହସୀ ଝିଅ । କେନ୍ଦ୍ରାପଡ଼ାର ଦୁଇ ସାହସୀ ଭଉଣୀ ସବିତା ଗିରି ଓ ପୂର୍ଣ୍ଣିମା ଗିରି ଏବଂ ଅନୁଗୁଳର ସାହସୀ ଝିଅ ଶ୍ରୀମତୀ ବଦ୍ରାଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ କରାଯିବ । ମୋଟ ୨୨ ଜଣଙ୍କୁ ସମ୍ମାନିତ କରାଯିବାକୁ ଥିବା ବେଳେ ଏମାନଙ୍କ ମଧ୍ୟରେ ଅଛନ୍ତି ୧୦ ଝିଅ, ୩ ଓଡିଆ । ଅନ୍ଧାର ରାତିରେ ଡଙ୍ଗା ବୁଡି ଘଟଣାରେ ସାହସ ଦେଖାଇ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ସବିତା ଓ ପୂର୍ଣ୍ଣିମା । ସେହିିଭଳି ଟ୍ରେନ ତଳୁ ଛାତ୍ରୀଙ୍କ ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଛନ୍ତି ଶ୍ରୀମତୀ ବଦ୍ରା ।
ଜାନୁଆରୀ ୨, ୨୦୧୯ କେନ୍ଦ୍ରାପଡାର ଅନ୍ଧାରରେ ନଦୀରେ ଓଲଟି ପଡ଼ିଲା ଡଙ୍ଗା। ସଂଧ୍ୟା ବେଳେ ଘରେ ପାଠପଢିବା ପାଇଁ ବସିଥିଲେ ସବିତା ଗିରି ଓ ପୂର୍ଣ୍ଣିମା ଗିରି ।ଲୋକଙ୍କ ଚିକ୍ରାର ଶୁଣି ଦୌଡି ଆସି ଦେଖିଲେ ନିପାଣିଆ ନଦୀରେ ଡଙ୍ଗା ବୁଡି ଯାଉଛି । ଆଖି ଆଗରେ ଜୀବନ ମୃତ୍ୟୁର ସଂଘର୍ଷ ଦେଖି କିଛି ନଭାବି ପାଣିକୁ କୁଦା ମାରିଥିଲେ ଦୁଇ ଭଉଣୀ । ଆଉ ପାଣିରେ ବୁଡିଯାଉଥିବା ୧୨ ଜଣ ଲୋକଙ୍କୁ ଉଦ୍ଧାର କରିଥିଲେ । ୨୦୧୮, ୧୪ ଡିସେମ୍ବର । ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଛାତ୍ରୀଙ୍କ ଆଡ଼କୁ ମାଡି଼ ଆସିଥିଲା ମାଲବାହୀ ଟ୍ରେନ । କିନ୍ତୁ ଟ୍ରେନ ତଳୁ ଛାତ୍ରୀଙ୍କ ଜୀବନ ବଂଚାଇ ବୀରତ୍ୱର ପ୍ରମାଣ ଦେଇଥିଲେ ଅନୁଗୋଳ ଜିଲ୍ଲା ତାଳଚେରର କୁନି ଝିଅ ଶ୍ରୀମତୀ ବଦ୍ରା। ତାଳଚେର ଘଣ୍ଟପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀର ଶ୍ରିମତୀ ବଦ୍ରା ଓ ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରମିଳା ମୁଣ୍ଡା ଘରକୁ ଫେରିବା ବାଟରେ ଠିଆ ହୋଇଥିବା ମାଲବାହୀ ଟ୍ରେନ ତଳେ ଗଳି ରେଳ ଲାଇନ୍ ପାରି ହେଉଥିଲେ । ସେହି ସମୟରେ ହଠାତ୍ ଟ୍ରେନଟି ଗଡିବା ଆରମ୍ଭ କରିଥିଲା । ଶ୍ରୀମତି ନିଜେ ଟ୍ରେନ ତଳୁ ବାହାରି ଆସିବା ସହ ପ୍ରମିଳାଙ୍କୁ ଟ୍ରେନ ତଳୁ ଟାଣିଆଣି ତାଙ୍କ ଜୀବନ ବଂଚାଇ ଦେଇଥିଲେ । ଆଉ ଏଭଳି ବୀରତ୍ୱ ପାଇଁ ଏହି ୩ ଓଡ଼ିଆ ଝିଅଙ୍କୁ ମିଳିବ ସାହସିକତା ପୁରସ୍କାର।

Square Ad 1
Leave A Reply

Your email address will not be published.