ଜାନୁଆରୀ ୨୯ ତାରିଖରେ ଅନୁଗୁଳ ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୁଳ ଶାଖା ପକ୍ଷରୁ ଲଗାତାର ଦ୍ଵିତୀୟ ବର୍ଷ ସଫଳତାର ସହିତ ଆଦର୍ଶ ସାମୁହିକ ବିବାହ ଅନୁଷ୍ଠିତ ହୋଇଯାଇଛି।ଗତବର୍ଷ ଏହି ଅବସରରେ ୫୫ ଯୋଡ଼ା ନବଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇ ଘରସଂସାର ଆରମ୍ଭ କରିଥିଲେ।ଚଳିତ ବର୍ଷ ମଧ୍ୟ ଆୟୋଜକ ମାନଙ୍କର ସମାନ ଲକ୍ଷ୍ୟ ଥିଲା,ଯେଉଁଥିପାଇଁ ଲୋକଙ୍କର ଆଗ୍ରହ ଦେଖାଯାଇଥିଲା।କିନ୍ତୁ ଆୟୋଜକ ମାନଙ୍କ କହିବା ଅନୁଯାୟୀ ସରକାରୀ ନିୟମ ବା ସର୍ତ୍ତାବଳୀ ପୁରା ନ କରି ପାରିବାରୁ ଅନେକ ବିବାହରୁ ବଞ୍ଚିତ ରହିଗଲେ।ଯେଉଁଥିପାଈଁ ଚଳିତ ବର୍ଷ ଗତବର୍ଷ ତୁଳନାରେ ୨୦ ଯୋଡ଼ା କମ ସମୁଦାୟ ୩୧ ଯୋଡ଼ା ନବଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହେଲେ।ବୋଧହୁଏ କେଉଁଠି ନା କେଉଁଠି ଜନସଚେତନତା ର ଅଭାବ ରହିଗଲା।ଆୟୋଜକ ମାନଙ୍କର ଏପରି ମହତ କାର୍ଯ୍ୟ ପାଇଁ ଆସନ୍ତା ବର୍ଷ ମାନଙ୍କରେ ଜନସଚେତନତା ବ୍ୟାପକ ଭାବେ ସୃଷ୍ଟି କରିବାର ଆବଶ୍ୟକତା ରହିଛି, ଯାହା ଫଳରେ ଅଧିକ ରୁ ଅଧିକ ବିବାହ ଯୋଗ୍ୟ କନ୍ୟା ଓ ଯୁବକ ଏହି କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସରକାରୀ ନିୟମାବଳୀ ପାଳନ କରି ଯୋଗ ଦେଇ ଆୟୋଜକ ମାନଙ୍କର ମହତ ଚେଷ୍ଟାକୁ ସମ୍ପୂର୍ଣ୍ଣ ଭାବେ ସଫଳ କରିବାରେ ସହାୟକ ହେବା ସହ ନିଜେ ଏହାର ଲାଭ ନେଇପାରିବେ।