ଅନୁଗୁଳ ଜିଲ୍ଲାରେ ବୁଧବାର ଲକ ଡାଉନ ନ ମାନିବା ପାଇଁ ୩୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୨୦ ଟି ମଟର ସାଇକେଲ ଜବତ କରାଯାଇଛି।ନାଲକୋ ଥାନାରେ ୨୬ ଜଣ,ଜରପଡା ଥାନାରେ ଜଣେ, କଲିଆରୀ ଥାନାରେ ଦୁଇ ଜଣ ଓ ଅନୁଗୁଳ ଥାନାରେ ୬ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ନାଲକୋ ଥାନାରେ ୧୪ ଜଣ ଓ ତାଳଚେର ଥାନାରେ ୧୮ ବିରୋଧରେ ମାମଲା ରୁଜୁ କରାଯାଇ ସରକାରୀ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି। ସେମାନଙ୍କ ଠାରୁ ଦୁଇଟି କାର ମଧ୍ୟ ଜବତ କରାଯାଇଛି।