ଆଜି ଅନୁଗୁଳ ଜିଲ୍ଲାର ଆଠଟି ବ୍ଲକରେ ଖୋଲା ଯାଇଥିବା ୧୦୧ ଟି କ୍ୟାମ୍ପରେ ସମୁଦାୟ ୨୧୭୭ ଜଣ ବାହାରୁ ଆସିଥିବା ଶ୍ରମିକଙ୍କୁ ପ୍ରଶାସନ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଇଛି।
ଆଜି ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାକୁ ରାଜ୍ୟ ବାହାରୁ ୨୩୩୧ ଜଣ ଓ ବିଦେଶରୁ ୫୫ ଜଣ ଆସିଛନ୍ତି।ଏମାନଙ୍କ ଭିତରୁ ୧୨୭୨ ଜଣଙ୍କର କ୍ୱାରେଣ୍ଟଟାଇନ ଅବଧି ସମାପ୍ତ ହୋଇଛି।
ଅନୁଗୁଳ ସହରର ହେମସୁରପଡା ସ୍ଥିତ ଦଶହରା ପଡିଆରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅନୁଗୁଳ ଶାଖା ପକ୍ଷରୁ ନିକଟରେ ରହୁଥିବା ଯାଯାବର ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।