Webportal

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକଡାଉନ ଅବମାନନା ଓ ଗୁଜବ ପ୍ରଚାର ଜନିତ ରୁଜୁ ମାମଲାଗୁଡ଼ିକର ବିବରଣୀ

sanitry
0 336

ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୧୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୮ ଟି ମଟର ସାଇକେଲ ଆଦି ଜବତ କରାଯାଇଛି।ବନରପାଲ ଥାନାରେ ଜଣେ, ବିକ୍ରମପୁର ଥାନାରେ ଜଣେ, ସମଲ ଥାନାରେ ତିନି ଜଣ,ଖମାର ଥାନାରେ ଦୁଇ ଜଣ,ଇଣ୍ଡଷ୍ଟ୍ରିଆଲ ଥାନାରେ ୪ ଜଣ , ଅନୁଗୁଳ ଥାନାରେ ଜଣେ ଓ ପାଲହଡା ଥାନାରେ ୬ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

ସେହିପରି ମା ହିଙ୍ଗୁଳା ଯାତ୍ରାରେ ଭିଡ଼ ହୋଇଛି ଯେଉଁଥିପାଇଁ କରୋନା ଭାଇରସ ସଂକ୍ରମଣ ର ଆଶଙ୍କା ରହିଛି ବୋଲି ଗୁଜବ ପ୍ରଚାର କରିବା ଅଭିଯୋଗରେ କଲିଅରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଏକ ମୋବାଇଲ ଜବତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Square Ad 1
Leave A Reply

Your email address will not be published.