Webportal

ଅଂଶୁଘାତ ମୃତ୍ୟୁ ସନ୍ଦେହ

sanitry
0 249

 

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗାଁ ପୋଖରୀ ହୁଡ଼ାରୁ ଆଜି ସକାଳେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ପୋକତୁଙ୍ଗା ଗାଁର ଯଦୁନାଥ ପ୍ରଧାନ।  ଘଟଣାରୁ ପ୍ରକାଶ ଯେ ଯଦୁନାଥ ଗତକାଲି ସକାଳ ପ୍ରାୟ ୧୧ ଟା ବେଳୁ ଘରୁ ବାହାରକୁ ବାହାରି ଯାଇଥିଲେ । ତେବେ ସେ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଘର ଲୋକ ଖୋଜା ଖୋଜି କରିଥିଲେ । ରାତିରେ ତାଙ୍କର କୌଣସି ସନ୍ଧାନ ମିଳି ନଥିବା ବେଳେ ଆଜି ସକାଳୁ ତାଙ୍କ ମୃତଦେହ ପୋଖରୀ ହୁଡାରେ ପଡିଥିବା କିଛି ଲୋକ ଦେଖି ପରିବାରବର୍ଗଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଏବଂ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ଗତ କାଲି ଖରାର ପ୍ରକୋପ ଜୋର ଥିବା ଯୋଗୁଁ ଯଦୁନାଥ ଗାଧେଇବାକୁ ଆସିଥିବା ବେଳେ ଅଂଶୁଘାତର ଶିକାର ହୋଇ ଥାଇ ପାରନ୍ତି ବୋଲି ସନ୍ଦେହ କରା ଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହା ଯାଇଛି ।

Square Ad 1
Leave A Reply

Your email address will not be published.