Webportal

ଦୋକାନ ଖୋଲିବାକୁ ନେଇ ଜାରି ହେଲା ନିର୍ଦେଶନାମା:ନିଷ୍ପତ୍ତି ନେବେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ

sanitry
0 1,206

କେନ୍ଦ୍ର ଗୃହ ମନ୍ତ୍ରାଳୟ ୧୫ ଅପ୍ରେଲ ରେ ଦିଆଯାଇଥିବା ଆଦେଶରେ ସାମାନ୍ୟ ପରିବର୍ତ୍ତନ ଗତକାଲି କରିଛନ୍ତି।ଏହା ଅନୁଯାୟୀ ଦେଶର ମ୍ୟୁନିସିପାଲ କର୍ପୋରେସନ ଏବଂ ମ୍ୟୁନିସିପାଲିଟି ସୀମା ବାହାରେ ଥିବା ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ ବ୍ରାଣ୍ଡ ମଲ ବ୍ୟତୀତ ସମସ୍ତ ଦୋକାନ ଆଜିଠାରୁ ଖୋଲିପାରିବ।ସେହିପରି ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲିଟି କର୍ପୋରେସନ ସୀମା ମଧ୍ୟରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନ, ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ ବ୍ରାଣ୍ଡ ବ୍ୟତୀତ ସମସ୍ତ ଦୋକାନ ଆଜିଠାରୁ ଖୋଲିପାରିବ।କଣ୍ଟେନମେଣ୍ଟ ଓ ହଟ ସ୍ପଟ ଅଞ୍ଚଳ ପାଇଁ ଏହି ଆଦେଶ କାର୍ଯ୍ୟକାରୀ ହେବ ନାହିଁ।

ଏହି ସମୟରେ ସାମାଜିକ ଦୂରତ୍ୱ ପାଳନ, ସମସ୍ତେ ମାସ୍କ ପିନ୍ଧିବା ଓ କେବଳ ୫୦% କର୍ମଚାରୀ ଉପସ୍ଥାନ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ହେବ।

ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାପାଳ ମାନଙ୍କୁ ଦିଆ ଯାଇଥିବା କ୍ଷମତା ଅନୁଯାୟୀ ନିଜ ନିଜ ଜିଲ୍ଲାରେ ଦୋକାନ ଖୋଲିବାର ସମୟ ଓ ବାର ସମ୍ପର୍କରେ ସ୍ଥାନୀୟ ଜିଲ୍ଲାପାଳ ନିଷ୍ପତ୍ତି ନେବେ।

Square Ad 1
Leave A Reply

Your email address will not be published.